ବାବା ଧବଳେଶ୍ୱର ମନ୍ଦିର ଝୁଲା ପୋଲରେ ଝୁଲିଲା ତାଲା : ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲା ପ୍ରଶାସନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବାବା ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲା ପ୍ରଶାସନ । ଝୁଲାପୋଲର ମରାମତି ପାଇଁ ବନ୍ଦ ରହିବ ଯାତାୟତ । ପ୍ରତିଦିନ ଭକ୍ତଙ୍କ ଭିଡକୁ ଆଖି ଆଗରେ ଡଙ୍ଗା ଯୋଗେ ପାରି କରାଯାଇ ପାରିବ ନାହିଁ ବୋଲି ସୂଚନା ଦେଲେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ । ଧବଳେଶ୍ବରରେ ଥିବା ଝୁଲା ପୋଲରେ ଫାଟ , ପୋଲକୁ ଷ୍ଟେ ଦିଆଯାଇଥିବା ୧୨ ଟି ଟଣକା ରେ ବି ଫାଟ । ୧୦୦୦ କ୍ଷମତା ରୁ କମି ଏବେ ୨୦୦ କ୍ଷମତା ରେ ପହଞ୍ଚିଛି ଏହି ପୋଲ । ଇଆସି ପ୍ରଦିପ ସାମଲଙ୍କ ନେତୃତ୍ଵରେ ୮ ଜଣିଆ ଟିମ୍ ତଦନ୍ତ କରିଛନ୍ତି । ଆଗକୁ ଆସୁଛି ମହାପଞ୍ଚୁକ ଓ ବଡ଼ ଓଷା । ଦୀର୍ଘ ଦୁଇ ବର୍ଷ ପରେ ଧବଳେଶ୍ଵର ଙ୍କ ପୀଠରେ ବଡ଼ ଓଷା ପାଳନ ହେଉଛି । ଲକ୍ଷଧିକ ଭକ୍ତ ଙ୍କ ସମାଗମ ହେବ । ଠିକ୍ ଏତିକି ବେଳେ ଝୁଲାପୋଲ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ । ପୋଲରେ ଲୋକ ଧାରଣା କ୍ଷମତା ୨୦୦ କୁ କମିବା ପରେ ଭକ୍ତଙ୍କ ମନରେ ଏବେ ପଶିଛି ଛନକା , ଦୁର୍ବଳ ହୋଇପଡିଛି ଝୁଲା ପୋଲ । ଧବଳେଶ୍ବର ମନ୍ଦିରରେ ଦର୍ଶନ ବନ୍ଦ କରାଯାଇ ମରାମତି କାର୍ଯ୍ୟ ହେବାପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।

ଚାରିପଟେ ମହାନଦୀ ର ଜଳ । ମଝିରେ ଅଛନ୍ତି ବାବା ଧବଳେଶ୍ଵର। ଧବଳେଶ୍ଵର ଙ୍କୁ ଦର୍ଶନ କରିବା ପାଇଁ ଝୁଲାପୋଲ ହିଁ ଏକମାତ୍ର ମାଧ୍ୟମ । ଝୁଲାପୋଲ ଦୁର୍ବଳ ହେବା ରୁ ଭାୟଭୀତ ଅବସ୍ଥାରେ ଶ୍ରଦ୍ଧାଳୁ ମାନେ ମନ୍ଦିର ଦର୍ଶନ ନିମନ୍ତେ ଯାଉଥିବା କହିଛନ୍ତି । ଆଗରୁ ଝୁଲାପୋଲ ମରାମତି କରାନଯାଇ ଯାତ୍ରା ବେଳେ ଯାଞ୍ଚ କରି ଝୁଲାପୋଲକୁ ଦୁର୍ବଳ କହିବା ନେଇ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ! ଗତକାଲି କୋଲକାତା ର ଏକ ବିଶେଷଜ୍ଞ ଟିମ୍ ସହ ଆଜି ଗ୍ରାମ ଉନ୍ନୟନ ବିଭାଗ ର ଟିମ୍ ଆସି ଝୁଲା ପୋଲ ର ଅନୁଧ୍ୟାନ କରିଛନ୍ତି । ୨୦୦୬ ମସିହାରେ ଉଦଘାଟନ ହୋଇଥିବା ଏହି ଝୁଲାପୋଲ ଏବେ କ୍ରମଶଃ ଦୁର୍ବଳ ହେବାରୁ ସାଧାରଣ ଭକ୍ତ ଙ୍କୁ ମନ୍ଦିର ନ ଆସିବାକୁ ନିବେଦନ କରିଥିବା ବେଳେ କେବଳ ବଡ଼ଓଷା ବ୍ରତଧାରି ମନ୍ଦିର ନଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । କିଭଳି ଭାବେ ଯାତ୍ରା କୁ ସୁରୁଖୁରୁରେ କରିହେବ ଏବଂ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ପୂଜକ ସମିତି ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟପଟେ ଖୁବ ଶୀଘ୍ର ଯାତାୟତ ନିମନ୍ତେ ଡଙ୍ଗା ର ବ୍ୟବସ୍ଥା କରାଯିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି । ବିଭାଗୀୟ ଟିମ୍ ରେ ଆସିଥିବା ଏକ୍ସପର୍ଟଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବା ପାଇଁ ଇଆସି ଙ୍କ ସହ ଟିମ କହିଛନ୍ତି ! ଆଗକୁ ଆସୁଛି ବଡ଼ଓଷା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ପବିତ୍ର ପୀଠରେ । ପ୍ରଶାସନ ପକ୍ଷରୁ ଯଦି ବିକଳ୍ପ ବ୍ୟବସ୍ଥା ନକରାଯାଏ ତେବେ ବହୁ ଶ୍ରଦ୍ଧାଳୁ ଧବଳେଶ୍ଵର ଙ୍କ ଦର୍ଶନ ରୁ ବଞ୍ଚିତ ରହିବେ।

 

Leave a Reply

Your email address will not be published. Required fields are marked *