କଂଗ୍ରେସର ଧାରଣା ଚେତାବନୀ ପରେ ଆସିଲା ଟ୍ଵିଷ୍ଟ : ଡମପଡା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ରୁଜୁ ହେଲା ମାମଲା !!!

0
158

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ବାଙ୍କୀ ଥାନାରେ ମାମଲା ରୁଜୁ ହୋଇଛି । ଭୋଟର ନହୋଇ ମତଦାନ କେନ୍ଦ୍ରରେ ଅନଧିକାର ପ୍ରବେଶ କରି ମତଦାନ କରିଥିବାରୁ ଏନେଇ ଏଜେଣ୍ଟ ଥାନାରେ ଅଭିଯୋଗ କରିଥିବା ବେଳେ ଦୀର୍ଘ ଦିନ ପରେ ବାଙ୍କୀ ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଗତମାସ 23 ତାରିଖରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ବରେନ୍ଦ୍ର କୃଷ୍ଣ ବିଦ୍ୟପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଡମପଡା ବ୍ଲକ ଅଧକ୍ଷ ପ୍ରଣବ କିଶୋର ପଟେଲ ମତଦାନ କେନ୍ଦ୍ରରେ ପ୍ରବେଶ କରି ମତଦାନ କରିଥିଲେ । ଯାହାକୁ ମତଦାନ କେନ୍ଦ୍ରରେ ପ୍ରାର୍ଥୀ ରହିଥିବା ଅନି ଲେଙ୍କାଙ୍କ ଏଜେଣ୍ଟ ବିକାଶ ମହାପାତ୍ର ଆପତ୍ତି କରିବା ସହ ଅଧକ୍ଷଙ୍କ ମତଦାନ ବେଳର ଭିଡିଓ ନିଜ ମୋବାଇଲ ରେ ରେକର୍ଡ କରିଥିଲେ । ଏନେଇ ଲିଖିତ ଭାବେ ସେହିଦିନ ନିର୍ବାଚନ ଅଧିକାରୀ ରହିଥିବା ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଜଣାଇବା ସହ ବାଙ୍କୀ ଥାନାରେ ମଧ୍ୟ ଏତଲା କରିଥିଲେ । କିନ୍ତୁ ଘଟଣା କୁ ଘଟିବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଶାସକ ବିଜେଡି ଦଳର ବ୍ଲକ ଅଧକ୍ଷ ହୋଇଥିବା ହେତୁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଡରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଗତ ସୋମବାର ଦିନ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଥିବା ବେଳେ ଦାବୀ ପୁରଣ ନହେଲେ ବୁଧବାର ଠାରୁ ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବାପାଇଁ ଚେତାବନୀ ଦିଆଯାଇଥିଲା । ମଙ୍ଗଳବାର ରାତିରେ ପୋଲିସ ପକ୍ଷରୁ ତରବରିଆ ଭାବେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲଙ୍କ ବିରୋଧ ରେ ବାଙ୍କୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏଜେଣ୍ଟଙ୍କ ଏତଲା କୁ ଆଧାର କରି ବାଙ୍କୀ ଥାନାରେ କେଶ ନମନର 347 / 22ରେ ଧାରା 448 ଏବଂ 506 ରେ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here