ନଈରୀ ହରିଜନ ସାହିରେ ଜମିବାଡ଼ି ବିବାଦକୁ ନେଇ ଛୁରାମାଡ : ବାପ ମୃତ , ପୁଅ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ନିକଟସ୍ଥ ନଈରୀ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଛୁରା ମାଡ଼ରେ ବାପର ମୃତ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ସାରଥୀ ନାୟକ , ବୟସ ୬୦ବର୍ଷ ଓ ଆହତ ପୁଅର ନାମ ହେଉଛି ସନାତ ନାୟକ । ଆହତ ପୁଅଙ୍କ କହିବା ଅନୁଯାୟୀ ଉଭୟ ବାପ ପୁଅ ମିଶି କୁକୁଡ଼ା ଫାର୍ମରେ କାମ କରୁଥିବା ବେଳେ , ନଇରୀ ହରିଜନ ସାହିର କେଦାର ନାୟକ ଆସି ସେଠାରେ କାମ କରିବାକୁ ମନା କରିଥିଲେ । ଯାହା ଫଳରେ ବିବାଦ ଉପୁଜିଥିଲା । ପରବର୍ତ୍ତୀ ସମୟରେ ସାରଥୀ ନାୟକ ନିଜ ଜମିର କାଗଜ ପତ୍ର ଆଣି ଦେଖାଇବା ପାଇଁ ଗାଁ ଭିତରକୁ ଯାଉଥିବା ସମୟରେ କେଦାର ନାୟକ ହଠାତ ପଛ ପଟୁ ଆସି ସାରଥୀ ନାୟକଙ୍କୁ ଛୁରାରେ ଭୁଷି ଦେଇଥିଲା । ଘଟଣା ସ୍ଥଳରେ ବାପକୁ ବଞ୍ଚାଇବାକୁ ଆସି ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ , ଘଟଣା ଘଟେଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଲୋକେ ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାରଥୀ ନାୟକ ଓ ଆହତ ସନାତ ନାୟକଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସାରଥୀ ନାୟକଙ୍କୁ ମୃତ ଘୋଷଣା କରିଥିବା ବେଳେ , ଆହତ ପୁଅର ଚିକିତ୍ସା ଆରମ୍ଭ କରିଥିଲେ । ମୃତ ସାରଥୀଙ୍କ ପୁଅ ସନାତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର 565/22 ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବାର ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା କହିଛନ୍ତି ।

Leave a Reply

Your email address will not be published. Required fields are marked *