ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ , ୭ଟି ଗୁଳି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଏସ୍‌ଟିଏଫ୍‌ ର ଚଢ଼ାଉ ବେଳେ ମିଳିଲା ୮ ଟି ଦେଶୀ ବନ୍ଧୁକ , ୭ ଟି ଗୁଳି । ଚୋରା ବନ୍ଧୁକ କାରବାର ନେଇ ଜଣକୁ ଗିରଫ କରିଛି ଏସ୍‌ଟିଏଫ୍ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ରୁ ଶନିବାର ବିଳମ୍ବିତ ରାତିରେ ଏସବୁ ବନ୍ଧୁକ ଜବତ କରିଛି ଏସ୍‌ଟିଏଫ୍ । ଗିରଫ ଅଭିଯୁକ୍ତ ଜଣକ ରତ୍ନାକର କାଲଟା . ଅଭିଯୁକ୍ତର ଘର ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲି ଗାଁ ରେ ବୋଲି ଜଣାପଡ଼ିଛି । ବେଆଇନ୍ ବନ୍ଧୁକ ବିକ୍ରି ନେଇ ଏସଟିଏଫ ପୂର୍ବରୁ ସୂଚନା ପାଇଥିଲା । ପ୍ରସ୍ତୁତି ଅନୁସାରେ ଅନୁଗୁଳ ଜିଲ୍ଲା କେରଜାଙ୍ଗ ଗାଁ ରେ ରେଡ୍ ହୋଇଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ରତ୍ନାକର ପାଖରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ମିଳିଥିଲା। । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ରତ୍ନାକରକୁ ଅଧିକ ପଚରାଉଚରା ଜାରି ରହିଥିବାର ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *