ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପାଣି ପାଇଁ ରାସ୍ତାରୋକ ଆନ୍ଦୋଳନ, ବିନା ଘୋଷଣାରେ 3 ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ, ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆଳରେ PHD ପକ୍ଷରୁ 3 ଦିନ ହେଲା ନୟାଗଡ଼ ମୁନିସିପାଲିଟିରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ! PHD ବିଭାଗ ଅବହେଳା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଏବଂ ମୁନିସିପାଲିଟିର ନବ ନର୍ବାଚିତ କାଉନସିଲର, ଭାଇସଚେୟାର ମ୍ୟାନ ମିଶି ଦକ୍ଷିଣକାଳୀ ମନ୍ଦିର ଆଗରେ ଗରା ବାଲ୍ଟି ରଖି ରାସ୍ତାରୋକ ଆନ୍ଦୋଳନ କରି ପ୍ରତିବାଦ ଜଣାଇଛନ୍ତି ! 3 ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ କରିବା PHD ଜେଇ ଙ୍କର ଏହା ମନମୁଖୀ କାର୍ଯ୍ୟ ବୋଲି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଆଗରେ ଅଭିଯୋଗ କରିଛନ୍ତି !
ମହାନଦୀରୁ ନୟାଗଡ଼କୁ ପାଇପ ଲାଇନ ଯୋଗେ ଯୋଗାଣ ହେଉଥିବା ପାଣି 3 ଦିନ ହେଲା ବନ୍ଦ ରହିଥିବାରୁ ରୋଷେଇ ଠାରୁ ଆରମ୍ଭ କରି ପିଇବା ଏବଂ ଗାଧେଇବା ପାଇଁ ସହର ବାସିନ୍ଦା ଛଟପଟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ! ସେପଟେ ଘଟଣା ସ୍ଥଳରେ ନୟାଗଡ଼ ଜିଲ୍ଲାପାଳ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ! PHD ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ସନ୍ଧ୍ୟାରୁ ହିଁ ନୟାଗଡ଼ ସହର ବାସୀଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ! ଏହାଛଡା ଆସନ୍ତା କାଲିଠାରୁ ମହାନଦୀ ରୁ ନୟାଗଡ଼ ସହରକୁ ପାଇପ ଯୋଗେ ଯୋଗଣ ହେଉଥିବା ପାନୀୟ ଜଳରେ କୌଣସି ସମସ୍ୟା ରହିବ ନାହିଁ !