ପଥର ଖଣିରେ ବୁଡି ୩ ବର୍ଷର ଶିଶୁ ମୃତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପଥର ଖଣିରେ ବୁଡି ଜଣେ ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଟାଙ୍ଗୀ ଥାନା ପାରିଓରଡ ଗ୍ରାମର ଟୁକୁନା ମୁଦୁଲି ଙ୍କ ୩ ବର୍ଷର ପୁଅ ପ୍ରହ୍ଲାଦ ପଥର ଖଣିରେ ବୁଡି ମୃତ୍ୟୁ ବରଣ କରିଛି । ଟୁକୁନା ମୁଦୁଲିଙ୍କ ଘର ନିକଟରେ ଥିବା ବେଆଇନ ପଥର ଖଣିରୁ ପଥର ନେବା ପରେ ମୁକୁଳା କରି ଛାଡି ଦେଇଥିଲେ। ଫଳରେ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଟୁକୁନା ମୁଦୁଲିଙ୍କ ପତ୍ନୀ ଘରେ କାମ ବ୍ୟସ୍ତରେ ଥିବା ବେଳେ ନାବାଳକ ଶିଶୁ ଜଣଙ୍କ ଘର ନିକଟରେ ଖେଳୁଥିଲା । ବର୍ଷା ଯୋଗୁଁ ଖଣିରେ ପାଣି ଭରି ରହିଥିବା ବେଳେ ଶିଶୁ ଜଣଙ୍କ ସେହି ଭିତରେ ପଡି ଯାଇଥିଲା । ଦୀର୍ଘ ସମୟ ପରେ ଶିଶୁ ପୁତ୍ରକୁ ମା’ ନ ପାଇବାରୁ ଖୋଜା ଖୋଜି କରିଥିଲେ । ତେବେ ଖୋଜିବା ପରେ ଖଣିରେ ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ସେଠାରୁ ଶିଶୁକୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ପ୍ରହ୍ଲାଦ କୁ ମୃତ ଘୋଷଣା କରିଥିଲେ । ନାବାଳକର ମୃତ ଦେହ ଏବେ ଟାଙ୍ଗୀ ମେଡିକାଲରେ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *