ଟାଙ୍ଗୀ ଚଣ୍ଡେଶ୍ୱର ଛକ ନିକଟରେ ସିରିଜ୍ ଲୁଟ୍ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କିଛି ଦିନର ନୀରବତା ପରେ ଆତଙ୍କ ସୃଷ୍ଟି କଲେ ଲୁଟେରା । ପୁଣି ଜାତୀୟ ରାଜପଥରେ ମାତିଲେ ଲୁଟେରା । ଦୁଇଟି ଗାଡିରୁ ଲୁଟିଲେ । ଲୁଟ ସମୟରେ ଗାଡିରୁ ପଡି ଜଣେ ମହିଳାଙ୍କ ସହ ଜଣେ ଶିକ୍ଷୟତ୍ରୀ ଗୁରୁତର ଆହତ ହୋଇଛନ୍ତି । ମହିଳାଙ୍କ ଠାରୁ ଲୁଟ୍ ହୋଇଛି ଭ୍ୟାନିଟ୍ ବ୍ୟାଗ୍ , ଟଙ୍କା ସହ ମୋବାଇଲ ଫୋନ୍ । ଟାଙ୍ଗୀ ଥାନା ହାଟ ବରଡି ଗ୍ରାମର ଅନୁସୁୟା ଦେଇ ସେହି ଗ୍ରାମରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ଝିଅର ଦେହ ଖରାପ ଥିବାରୁ
ସ୍ୱାମୀଙ୍କ ସହ ଏକ ବାଇକ୍ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କ ଝିଅର ଚିକିତ୍ସା ପାଇଁ ଆସିଥିଲେ । ଟାଙ୍ଗୀ ମେଡିକାଲରୁ କାମ ସାରି ବାଇକ୍ ରେ ଘରକୁ ଫେରୁଥିବା ବେଳେ ଚଣ୍ଡେଶ୍ୱର ନିକଟରେ କେତେକୁ ଦୂର୍ବୁତ୍ତ ତାଙ୍କ ବାଇକ୍ କୁ ଫଲୋ କରିଥିଲେ । ରାତିରେ ନିଛାଟିଆ ଦେଖି ଚଳନ୍ତା ବାଇକ୍ ରୁ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ ଛଡାଇ ନେଇଥିଲେ । ଭ୍ୟାନିଟି ରେ ଥିବା ନଗଦ ୫୦୦୦ ଟଙ୍କା , ମୋବାଇଲ୍ , ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା । ଫଳରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଘୋଷାରି ହୋଇ ଯାଇଥିଲା । ଶିକ୍ଷୟତ୍ରୀଙ୍କ ସହ ସମସ୍ତେ ଛିଟିକି ପଡିଥିଲେ । ବାପ ଝିଅ ଅଳ୍ପକେ ରକ୍ଷା ପାଇ ଯାଇଥିବା ବେଳେ ଶିକ୍ଷୟତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଏ ନେଇ ଶିକ୍ଷତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଲୁଟ୍ ର କିଛି ସମୟ ବ୍ୟବଧାନରେ ଠିକ୍ ସେହି ସ୍ଥାନ ଠାରୁ ଅଳ୍ପ ଦୂରରେ ସ୍କୁଟିରେ ଟାଙ୍ଗୀରୁ ବାଲୁଗାଁ ଯାଉଥିବା ଦମ୍ପତିଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ ସହ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ ହୋଇଛି । ଦମ୍ପତି ଦ୍ୱୟ ସ୍କୁଟିରୁ ପଡି ଆହତ ହୋଇଛନ୍ତି । ତେବେ ଟାଙ୍ଗୀ ପୋଲିସ୍ ସଂଧ୍ୟ୍ୟାରେ ଟାଙ୍ଗୀର ବିଭିନ୍ନ ସ୍ଥାନରେ ବାଇକ୍ ଚେକିଂରେ ବ୍ୟସ୍ତ ରହୁଥିଵାରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ହେଉନଥିବା କାରଣରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *