ବାପା ମା କୁ ହରେଇ ତିନି ଭାଇ ଭଉଣୀ ଖୋଜୁଛନ୍ତି ସାହାରା !!!

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଖିଣ୍ଡା ଗୋବିନ୍ଦପୁର ! ବାପା ମା ଚାଲିଯିବା ପରେ ଏବେ ଦାଦା ଖୁଡିଙ୍କ ପାଖରେ ରହି ଆସୁଛନ୍ତି ଚିନ୍ମୟ, ସୋନାଲି ଏବଂ ସାନ ଝିଅ ସଂସ୍କୃତି । ଦୁଇ ଝିଅ ଙ୍କ ମଧ୍ୟରେ ପୁଅ ଚିନ୍ମୟ ଜନ୍ମରୁ ଭିନ୍ନକ୍ଷମ । ଏନେଇ ଚିନ୍ମୟ ଙ୍କ ଦାଦା ସମିର ନାଏକ ସ୍ଥାନୀୟ ସରପଞ୍ଚ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଦୁଇ ଦୁଇଥର ଲିଖିତ ଭାବେ ଜଣେଇଛନ୍ତି କିନ୍ତୁ ଏଥିପ୍ରତି ବର୍ତମାନ ସୁଦ୍ଧା କେହି ଦୃଷ୍ଟି ଦେଇନଥିବା ପରିବାର ପ୍ରକାଶ କରିଛନ୍ତି । ଘଟଣା ରୁ ପ୍ରକାଶଯେ ଅନୁଗୋଳ ବ୍ଲକ ଅନ୍ତର୍ଗତ ବେଡାଶାସନ ପଞ୍ଚାୟତ ଖିଣ୍ଡାଗୋବିନ୍ଦପୁର ଗ୍ରାମ ର ଭିନ୍ନକ୍ଷମ ଚିନ୍ମୟ । ଚିନ୍ମୟଙ୍କର ବାପା ବୃନ୍ଦାବନ ନାଏକ ଆଜକୁ ତିନି ବର୍ଷ ହେବ ଆରପାରିକୁ ଚାଲିଯାଇଥିବା ବେଳେ ନିଷ୍ଠୁର ମା ନିଜର ଦୁଇ ଝିଅ ଓ ଭିନ୍ନକ୍ଷମ ପୁଅକୁ ଛାଡ଼ି ଆଜିକୁ ଦୁଇବର୍ଷ ହେଲା କୁଆଡେ ଚାଲି ଯାଇଛନ୍ତି । ବାପା , ମା ଚାଲିଯିବା ପରେ ନିରିହ ଏହି ତିନି ଛୁଆଙ୍କୁ ଦାଦା ଖୁଡି ଦେଖାଶୁଣା କରୁଛନ୍ତି। ଦାଦା ସମିର ନାଏକ ଗୁଜୁରାଟରେ ଶ୍ରମିକ ଭାବେ କାମ କରନ୍ତି, ପୁତୁରା ଝିଆରୀ ଙ୍କ କଥା ବୁଝିବା ସହ ଏପଟେ ନିଜର ଦୁଇଟି ଛୁଆ ଓ ସ୍ତ୍ରୀଙ୍କ କଥା ମଧ୍ୟ ବୁଝନ୍ତି । ବାହାରେ କାମ କରି ଯେତିକି କମାନ୍ତି ଏ ସମସ୍ତଙ୍କ ଖର୍ଚ୍ଚ ବୁଝିଲା ବେଳକୁ ହାତ ଉଧାରି କରିବାକୁ ପଡେ । ଝିଆରି ସୋନାଲି ନାଏକ ଦଶମ ପରୀକ୍ଷା ରେ ଗତବର୍ଷ ଭଲ ମାର୍କ ରଖିଥିଲେ ମଧ୍ୟ ଆଗକୁ ଆହୁରି ପାଠ ପଢିବାକୁ ଇଚ୍ଛା, ହେଲେ କଲେଜ୍ ରେ ନାମ ଲେଖିବାକୁ ପାଖରେ ଟଙ୍କା ନଥିବାରୁ, ଦାଦା ନାମ ଲେଖେଇ ପାରିଲେ ନାହିଁ । ଭିନ୍ନକ୍ଷମ ପୁତୁରା ବର୍ତମାନ ନବମ ଶ୍ରେଣୀରେ ପାଠ ପଢୁଛି ଓ ସାନ ଝିଅ ସଂସ୍କୃତି ଏବେ ଚତୁର୍ଥ ଶ୍ରେଣୀରେ ପଢ଼ୁଛି । ଆଉ ଯଦି ଘର କଥା କହିବା ଏହି ଭଙ୍ଗା ବରଡାଛପର ମାଟି ଘର ଖଣ୍ଡରେ ଭାଇଭଉଣୀ ତିନିଜଣ ରହି ଆସୁଛନ୍ତି । ସରକାର ଏଥିପ୍ରତି କେବେ ଦୃଷ୍ଟି ଦେବେ ତାହା ଆଗକୁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *