ଟାଙ୍ଗୀ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭିନ୍ନକ୍ଷମ ମାନଙ୍କୁ ସାର୍ଟିଫିକେଟ, ହ୍ୱିଲ ଚେୟାର ପାଇଁ ନୂଆ ଆବେଦନ କରାଯିବା ସହ ତୁରନ୍ତ ସେଠାରେ ଭିନ୍ନକ୍ଷମ ସାର୍ଟିଫିକେଟ ବଣ୍ଟା ଯାଇଥିଲା । ଉକ୍ତ ଶିବିରରେ ୫୮୨ ଜଣଙ୍କର ପଞ୍ଜିକରଣ ହୋଇଥିଲା | ଏଥି ମଧ୍ୟରୁ ୨୭୪ ଜଣ ଅସ୍ଥିଶଲ୍ୟ, ୭୨ ଜଣ ଆଖି ବିଭାଗ, ୭୫ କାନ ବିଭାଗ ଏବଂ ମାନସିକ ବିକାରଗ୍ରସ୍ତ ୧୬୧ ଜଣ ଆସିଥିଲେ | ଏହି ଅବସରରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବ୍ଲକ ଉନୟନ ଅଧିକାରୀ ଐଶର୍ଯ୍ୟ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଟାଙ୍ଗି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ନରେଶ ସ୍ୱାଇଁ , ଚିଲିକା ବିଏସଓ ସତ୍ୟରଞ୍ଜନ ପାଢ଼ୀ, ଚିଲିକା ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଉମେଶ ମହାପାତ୍ର, ଟାଙ୍ଗି ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଦିଲିପ ପରିଡ଼ା , ବ୍ଲକ ର ସମସ୍ତ ଅଧିକାରୀ ଓ ସମସ୍ତ ପଞ୍ଚାୟତ ର କର୍ମଚାରୀ ସକ୍ରିୟ ସହଯୋଗ କରି ରେ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *