ନିରାକାରପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନ ଠାରେ ଟ୍ରେନ ଦୁର୍ଘଟଣା ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପ୍ରାପ୍ତ ଖବର ଅନୁଯାୟୀ ପୂର୍ବତଟ ରେଳପଥ ବିଭାଗରେ ୱର୍ଲେଶ୍ ମ୍ୟାନ୍ ଭାବରେ କାର୍ଯ୍ୟକରୁଥିବା ରତ୍ନାକର ପଣ୍ଡା ଆଜି ମେମୁ ଟ୍ରେନ୍ ରେ ଚଢ଼ୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ହଠାତ୍ ତାଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ସେ ଟ୍ରେନ ଛକ ତଳକୁ ଚାଲିଯାଇଥିଲେ ଏଵଂ ଟ୍ରେନ ତାଙ୍କର ଅଣ୍ଟା ଉପର ଦେଇ ମାଡ଼ିଯିବା ଯୋଗୁଁ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା । ନିରାକାରପୁର ରେଳ ଷ୍ଟେସନ୍ ର ଘଟଣା ସ୍ଥଳରେ ମୃତ ଶରୀରଟି ପଡ଼ି ରହିଥିଲା । ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଜାରି ରଖିଛି ।
ନିରାକାରପୁର ରେଳ ଷ୍ଟେସନ ଠାରେ ଟ୍ରେନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ !!!

