ବିଜୁ ଛାତ୍ର ଜନତା ଦଳ ନାଚୁଣୀ କ୍ୟାମ୍ପସ କମିଟି ତରଫରୁ ନୂତନ ଭାବେ ଦାୟିତ୍ଵ ପ୍ରାପ୍ତ କଲେଜ ସଭାପତି ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ର ନୂତନ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଅରୁଣ ଦାସ । ଏଥିପାଇଁ ଆଜି ସ୍ଵାଗତ ନିମିତ୍ତ ମହାବିଦ୍ୟାଳୟ ରେ ବିଶେଷ ଆୟାଜନ ହୋଇଥିଲା । ଏଥିରେ ବିଜୁ ଯୁବ ଜନତା ଦଳ ର ବାଣପୁର ବ୍ଲକ ସଭାପତି ମୁନା ସେଣ ଙ୍କ ଆହ୍ଵାନ କ୍ରମେ ବିଜୁ ଛାତ୍ର ଜନତା ଦଳ ନାଚୁଣୀ କ୍ୟାମ୍ପସ କମିଟି ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ଏହି ଶୁଭ ଅବସର ପାଇଁ ନୂତନ ସଭାପତି ଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା । କଲେଜ ରେ ଯେଉଁ ସମସ୍ୟା ମାନ ରହିଅଛି ତାହାର କିପରି ଶୀଘ୍ର ନିରାକରଣ ହୋଇପାରିବ , ସେଥିପ୍ରତି ଛାତ୍ର ଛାତ୍ରୀ ଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ ସଭାପତି । ଏହାକୁ ବିଜୁ ଛାତ୍ର ଜନତା ଦଳ ନାଚୁଣୀ କ୍ୟାମ୍ପସ କମିଟିର ସଦସ୍ୟା ରାମ କିଶୋର ସାହୁ, ପ୍ରଭୁ ସ୍ୱାଇଁ , ଚନ୍ଦନ ପ୍ରଧାନ, ଶୁଭମ୍ ତ୍ରିପାଠୀ, ବାଦଲ ସୁବୁଦ୍ଧି ,ଆଶାତୀତ ସାହୁ ଆଦି ସଦସ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *