ତୁଟୁନି ବିବାଦ : ଗମନାଗମନ ବାଧାପ୍ରାପ୍ତ – ଯାତ୍ରୀ ହନ୍ତସନ୍ତ !!!!

Spread the love

ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଠାରୁ ବାଘମାରୀ ଦେଇ କଣ୍ଟିଲୋ ଯାଇଥିବା ୫୭ ନମ୍ବର ରାଜ୍ୟ ରାଜପଥ କୋଦୁଅବେରେଣୀ ବାଇପାସ ଛକ ଠାରେ ଭାପୁରକୁ ଯାଇଥିବା ରାସ୍ତା ସହ ସଂଯୋଗ ହୋଇଛି । କୋଦୁଅବେରେଣୀ ମୌଜାର ତିନି ଛକର ଉତ୍ତର ପାର୍ଶ୍ବ ପ୍ଲଟ ନଂ ୪୮୫ ଓ ଦକ୍ଷିଣ ପାର୍ଶ୍ବ ପ୍ଲଟ ନଂ ୫୦୮, ୫୦୯ର ମଧ୍ୟରେ ଅବସ୍ଥିତ ରାସ୍ତା ପ୍ଲଟ ନଂ ୫୦୪ ଏବଂ ଦୁଇ ପାର୍ଶ୍ବ ନୟନଯୋରୀ ୫୦୪ – ୧୬୫୦ ଓ ୫୦୪ – ୧୬୫୧ ରେ ଅବସ୍ଥିତ। ମାତ୍ର ଆଶିଷ୍ ପଣ୍ଡାଙ୍କର ବ୍ଯକ୍ତିଗତ ପ୍ଲଟ ନଂ ୪୮୫, ୫୦୮ ଓ ୫୦୯ ମଧ୍ୟରେ ଭାପୁର ବାଇପାସ ରାସ୍ତା ଯାଇଥିବା ବେଳେ ସ୍ଥାନୀୟ ଗ୍ରାମର କିଛି ଗ୍ରାମବାସୀ ନୟନଯୋରୀ ୫୦୪/୧୬୫୧ ଉପରେ ଦୋକାନ କରି ଜବରଦଖଲ କରିଥିହାରୁ ଆଶିଷ୍ ପଣ୍ଡା ନିଜର ବ୍ୟକ୍ତିଗତ ପ୍ଲଟ ନଂ ୫୦୮,୫୦୯ କୁ ଘରବାରୀ ଭାବେ ଉପଯୋଗ କରିପାରୁ ନଥିବାରୁ ନ୍ଯାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ବିଚାର ବିଳମ୍ବ ହେଉଥିବାରୁ ପୂର୍ତ୍ତ ବିଭାଗ ନାମରେ ପ୍ଲଟ ନଂ ୫୦୪/୧୬୫୦ ଓ ୧୬୫୧ ରେକର୍ଡ ଥିଲେ ମଧ୍ୟ ତାହା ବହୁଦିନ ଧରି ମରାମତି ନହୋଇ ପଡିଥିବାରୁ ପ୍ରାୟ ଛକ ଉପରେ ଭାପୁର ପଟକୁ ୪ ଫୁଟର ଏକ ଖାଲ ସୃଷ୍ଟି ହୋଇଛି । ୪ ଫୁଟର ଖାଲ ହେବା କାରଣରୁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି ।

ପୂର୍ତ୍ତ ବିଭାଗକୁ ଅଭିଯୋଗ କରିବା ପରେ ମାମଲା ଚାଲିଥିବାରୁ ବିବାଦୀୟ ପ୍ଲଟ ଗୁଡିକ ଉପରେ କାର୍ଯ୍ଯ କରିବା ସମ୍ଭବ ହେଉନାହିଁ ବୋଲି ବିଭାଗୀୟ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଗତକାଲି ରାତ୍ର ୧ ଘଟିକା ସମୟରେ ଚକାପଦା ଅଭିମୁଖେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ବାଲୁଙ୍କେଶ୍ବର ନଂ ( ଓଡି- ୦୨-ଡି-୪୧୯୯ ) ଖାଲରେ ଫସିଯାଇ ଆଉ ଉଠି ପାରିନଥିବାରୁ ରାସ୍ତା ଉପରେ ସକାଳ ପର୍ଯ୍ୟନ୍ତ ଗାଡିଟି ଅଟକି ରହିଥିବା ବେଳେ ଯାତ୍ରୀମାନେ ଅକଥନୀୟ ଯନ୍ତ୍ରଣା ଭୋଗିଛନ୍ତି । ବିବାଦର ସମାଧାନ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିବା ସହ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଯୁଦ୍ଧକାଳୀନ ଭିତରେ ଏହାର ସମାଧାନ କରାନଗଲେ ଆଇନ୍ କୁ ହାତକୁ ନେବେବୋଲି ଚେତାବନୀ ଦେଇଛନ୍ତି । ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦର ସମ୍ପାଦକ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା ଉପ- ଜିଲ୍ଲାପାଳ ଓ ବୋଲଗଡ ତହସିଲଦାରଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରି ଉଚିତ୍ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *