ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଙ୍କ ଦ୍ଵାରା ଆଇଆରବି ରେ ନବ ନିର୍ମିତ ବାରାକ ଓ ଓଡ୍ରାଫ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ! ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଆରପି କୋଚେ 4 ତାରିଖରେ ସୁକିନ୍ଦା ନିକଟସ୍ଥ ରଙ୍ଗୀଟାଙ୍ଗର ଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ଗସ୍ତ କରି ସେଠାରେ ନବ ନିର୍ମିତ ଚାରି ମହଲା ବିଶିଷ୍ଟ ପୁରୁଷ ବlରାକ ଓ ଓଡିଶା ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଗୃହ ଦ୍ବୟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ବାଟାଲିୟନ କାର୍ଯ୍ୟାଳୟଠାରେ କମାଣ୍ଡାଣ୍ଟ ଲୋଚନ ପଶାୟତ ଶ୍ରୀ କୋଚେଙ୍କୁ ସ୍ୱାଗତ କରିଥିଲେ l ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ଡେପୁଟି କାମାଣ୍ଡାଣ୍ଡ ସନ୍ତୋଷ କୁମାର ଦଣ୍ଡସେନା , ସହକାରୀ କମାଣ୍ଡାଣ୍ଟ ଜନ ଏକ୍କା, ଇନିସପେକ୍ଟର ଏପି କେରକେଟା, ଜ୍ଞାନ ରଞ୍ଜନ ରାଉତ, ସୁନୀଲ ମଲ୍ଲିକ, ନୃସିଂହ ଚରଣ ଦାସ, ଶ୍ରୀଧର ସାହୁ, ଦେବେନ୍ଦ୍ର କୁମାର କାନୁନଗୋ, ଏସଆଇ କେସିଏଚ ଖଟୁଆ, ଆରକେ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ନାୟକ ଓ ଓଡ୍ରାଫର ସ୍ଥାନୀୟ ମୁଖ୍ୟ ବିବେକାନନ୍ଦ ଦାସ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l
ଆଇଆରବି ରେ ନବ ନିର୍ମିତ ବାରାକ ଓ ଓଡ୍ରାଫ କାର୍ଯ୍ୟାଳୟ ଉଦଘାଟିତ !!!

