ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ଲକ ଡାଉନ ତୃତୀୟ ଦିବସରେ ପୋଲିସ ଓ ପ୍ରଶାସନର ବ୍ୟାପକ ସଜାଗ, ସଚେତନତା ଓ ପେଟ୍ରୋଲିଂ ଯୋଗୁଁ ସାରା ପାରଳା ସହର ମଧ୍ୟାହ୍ନ ୧୨ଟା ପରେ ଖାଁ ଖାଁ ଦେଖା ଯାଇଥିଲା । ସହରରେ ଆଜି ଜନଗହଳି ନ ହେବା ପାଇଁ ପାରଳା ପୋଲିସ ସଜାଗ ରହିଥିଲେ ।
ଦୈନିକ ବଜାରରେ ଭିଡ଼ ନ ଜମାଇବା ସକାଶେ ପୋଲିସ ସଜାଗ ରହି ଜନ ସାଧାରଣଙ୍କୁ ସଚେତନତା କରାଇବାର ଦେଖିବାକୁ ମିଳିଛି । ସକାଳ 6 ଟା ରୁ ଦିନ 12 ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ ର ସଜାଗ ଏବଂ ସଚେତନତା ଯୋଗୁଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି ସମସ୍ତେ ।
ଗଜପତି ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ପୋଲିସ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ଜନସାଧାରଣଙ୍କୁ କରୋନାରୁ ରକ୍ଷା କରିବା ପାଇଁ ସହରବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରୁଛନ୍ତି . ସହର ମଧ୍ୟରେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଙ୍କ ନେତୃତ୍ୱରେ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିବା ସହ ଲୋକଙ୍କୁ ସଚେତନ କରୁଥିବାରୁ ସହରବାସୀ ସଚେତନ ରହି ପ୍ରଶାସନ କୁ ସହଯୋଗ କରୁଛନ୍ତି ।