ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କୋଭିଡ ସ୍ଥିତି ମୁକାବିଲା ପାଇଁ ଟିକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଏ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ 18 ରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ , ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଅଛି । ଟିକା ନେବା ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ବ୍ୟକ୍ତିମାନେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଟିକା ଗ୍ରହଣ କରୁଛନ୍ତି ।

ଗତ ଦୁଇ ଦିନ ତଳେ , ବାଙ୍କୀ ପ୍ରଶାସନ ତରଫରୁ ବାଙ୍କୀ ଉପଖଣ୍ଡରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ପ୍ରଦାନ କରାଯାଇଥିଲା । ଟିକା ନେଇ ପାରି ନଥିବା ଅନ୍ୟ ସାମ୍ବାଦିକ ମାନେ ଅନ୍ୟ ଏକ ଧାର୍ଯ୍ୟ ଦିନରେ ଆସି ଟିକା ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।