ଆଜି ବି ବଞ୍ଚିଛି ମାନବିକତା …

0
192
Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଯୋରନ୍ଦା ଅଞ୍ଚଳ ର ଜଣେ ମହିଳା କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ପ୍ରାୟ ଦୁଇ ଘଣ୍ଟା ଖରା ରେ ପଡି ରହିଥିଲେ l କୋଭିଡ ରେ ମୃତ୍ୟୁ ହୋଇଥିବା ଯୋଗୁ ମେଡିକାଲ ର ସ୍ୱାସ୍ଥ୍ୟକର୍ମୀ କିମ୍ବା ଅନ୍ୟ କର୍ମଚାରୀ ତାଙ୍କ ଶବ କୁ ଡହଡହ ଖରା ରୁ ଉଠାଇଲେ ନାହିଁ l

କିନ୍ତୁ ସେତିକି ବେଳେ ନନ୍ଦିଘୋଷ ଟିଭି ର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସତ୍ୟ ସ୍ୱରୂପ ଦାସ ମେଡିକାଲ ରେ ପହଞ୍ଚି ଉକ୍ତ ମହିଳା ଙ୍କ ଶବ କୁ ସେଠାରୁ ଉଠାଇ ଶବ ସଂରକ୍ଷଣ ଗୃହକୁ ପଠାଇବାର ବ୍ୟବସ୍ଥା କରିଥିଲେ l ଯେଉଁ ମା କୁ ନିଜ ପରିଜନ, ପିଲାମାନେ କୋଭିଡ ଭୟ ରେ ଛୁଇଁଲେ ନାହିଁ ସେଠି ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ତଥା ନନ୍ଦିଘୋଷ ଟିଭି ର ଜିଲ୍ଲା ପ୍ରତିନିଧି ନିଜର ମାନବିକତାର ପରିଚୟ ଦେଇ ମୃତା ମହିଳା ଜଣଙ୍କୁ ସେଠାରୁ ଉଠାଇ ଶବ ସଂରକ୍ଷଣ କକ୍ଷକୁ ନେଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ସାବସି ମିଳିଛି .

LEAVE A REPLY

Please enter your comment!
Please enter your name here