ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେବେ ସ୍ୱାଭାବିକ ହେବ କୋର୍ଟ , ନ୍ୟାୟ ଅପେକ୍ଷା ରେ ସାଧାରଣ ଜନତା ! ୧୫ ଦିନରେ ପହଞ୍ଚିଲା ଟାଙ୍ଗୀ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ! ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ଙ୍କ ବଦଳି ଦାବିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କୋର୍ଟରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଲା । ଗୋଟିଏ ମାତ୍ର ଦାବୀ ଧରି ଆନ୍ଦୋଳନ କୁ ଓହ୍ଲାଇଛି ଟାଙ୍ଗୀ ଲୟାର୍ସ ଆସୋସିଏସନ । ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ଙ୍କ ପକ୍ଷପାତିତା ବିଚାର ଧାରା କୁ ନେଇ ଟାଙ୍ଗୀ ଓକିଲ ସଂଘ ପକ୍ଷରୁ ଟାଙ୍ଗୀ କୋର୍ଟ ବର୍ଜନ କରାଯାଇଛି । ଅନ୍ୟ ପଟରେ ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ଙ୍କୁ ଦୁର୍ବ୍ୟବହାର ନେଇ ଓକିଲ ସଂଘର ସଭାପତି ଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଟାଙ୍ଗୀ ଓକିଲ ସଂଘ ଏବଂ ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ଙ୍କ ମଧ୍ୟରେ ଦେଖା ଦେଇଥିବା ସମନ୍ୱୟ ଅଭାବ ର ଆପୋଷ ଆଲୋଚନା ଓ ସମାଧାନ ପାଇଁ ଜିଲ୍ଲା ନ୍ୟାୟାଧିକାରୀ ଟାଙ୍ଗୀ ଓକିଲ ସଂଘ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ମଧ୍ୟ କୈ।ଣସି ନିଷ୍କର୍ସ ବାହାରି ପାରି ନଥିଲା ।ଏପଟେ ନ୍ୟାୟ ପାଇବା ପାଇଁ ଆଶାୟୀ ଲୋକଙ୍କୁ ନିରାଶ ହେବାକୁ ପଡୁଛି , କୌଣସି କାମ ହୋଇ ପାରୁନାହିଁ l

