ଏବେବି ବଞ୍ଚିଛି ମାନବିକତା : ଦୁର୍ଘଟଣାଗ୍ରସ୍ତ ଙ୍କୁ ଡାକ୍ତରଖାନା ନେଲେ ମହିଳା !!!

0
476

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଳେବେଳେ ମହିଳା ମାନେ ଏମିତି କିଛି କାର୍ଯ୍ୟ କରିଥାନ୍ତି , ଯାହାକୁ ପୁରୁଷ ମାନେ କରିବା ପାଇଁ ସାହସ କରି ନଥାନ୍ତି । ସେହିଭଳି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ୫ ନଂ ଜାତୀୟ ରାଜପଥ ନିକଟସ୍ଥ ପାଇକ କୁଷଡିହ ଗ୍ରାମର ପ୍ରଦୀପ କୁମାର ମହାରଣା ଙ୍କ ପତ୍ନୀ ରଞ୍ଜିତା ମହାରଣା । ଘଟଣାରୁ ପ୍ରକାଶ ଯେ ରଞ୍ଜିତା ଏକ ସ୍ଵଂୟ ସହାୟିକା ଗୋଷ୍ଟୀର ବୈଠକରେ ଭାଗ ନେବା ପାଇଁ ବାଲୁଗାଁ ନିକଟସ୍ଥ ରାହାଣପଲ୍ଲୀ ଗ୍ରାମକୁ ଯାଇଥିଲେ । ସେହି ସମୟରେ କଂସାରି ନଦୀ ନିକଟ ତାରିଣୀ ପଡିଆ ନିକଟସ୍ଥ ରାସ୍ତାରେ ଏକ ମୋଟର ସାଇକେଲ ରାସ୍ତା ଉପରେ ପଢ଼ିଥିବାର ଦେଖିବାକୁ ପାଇଥିଲେ ରଞ୍ଜିତା ! ତୁରନ୍ତ ସେଠାକୁ ଯାଇ ଦେଖିଥିଲେ ଜଣେ ଅଜଣା ଯୁବକ ରକ୍ତାକ୍ତ ଅବସ୍ଥାରେ ଚେତାଶୁନ୍ୟ ଭାବେ ରାସ୍ତା କଡ଼ରେ ପଡିଛନ୍ତି । ରାସ୍ତାରେ ଅନେକ ଲୋକ ଏବଂ ଯାନବାହନ ଯାତାୟତ କରୁଥିଲେ , ଜଣେ ହେଲେ କେହି ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ସାହସ କରୁନଥିଲେ । କିନ୍ତୁ ରଞ୍ଜିତା ନିଜର ଅନ୍ତର ଆତ୍ମା ଆହ୍ବାନରେ ମାନସିକତା ସହ ଉକ୍ତ ଯୁବକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଖାନା ନେବା ଲାଗି ଅନେକ ଜଣଙ୍କୁ ଗୁହାରି କରିଥିଲେ ବି କେହି ସାହାଯ୍ୟର ହାତ ବଢ଼ାଇ ନଥିଲେ । ଏଣୁ ରଞ୍ଜିତା ବାଧ୍ୟ ହୋଇ ଜାତୀୟ ରାଜପଥ ମଝିରେ ଠିଆ ହୋଇ ଏକ ଅଟୋରିସ୍କା କୁ ଅଟକାଇ ଥିଲେ । ଅଟୋ ଡ୍ରାଇଭର ଏବଂ ଯାତ୍ରୀମାନଙ୍କୁ ମାନବିକତାର ମୂଲ୍ୟବୋଧ ବୁଝାଇ ଅଟୋ ଡ୍ରାଇଭରର ଙ୍କୁ ଉକ୍ତ ଯୁବକଙ୍କୁ ଡାକ୍ତରଖାନା କୁ ନେବାପାଇଁ ରାଜି କରାଇଥିଲେ ଏବଂ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ଚେତାଶୁନ୍ୟ ଅଜଣା ଯୁବକଙ୍କୁ ଉକ୍ତ ଅଟୋରେ ଶୁଆଇ ଦେଇଥିଲେ । ରଞ୍ଜିତା ଉକ୍ତ ଯୁବକଙ୍କୁ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା କରିବା ସହ ପୁଲିସକୁ ଡକାଇ ସେହି ଯୁବକଙ୍କ ମୋବାଇଲକୁ ହସ୍ତାନ୍ତର କରିଥିଲେ । ପୁଲିସ ତଦନ୍ତରୁ ଜଣା ପଢ଼ିଲା ଯେ ଉକ୍ତ ଯୁବକ ଜଣଙ୍କ ହେଉଛନ୍ତି ବାଲୁଗାଁ ଲମ୍ପୋଦରପୁରର ମହେନ୍ଦ୍ର ବିଶ୍ଵାଳଙ୍କ ପୁଅ ପାପୁନି ବିଶ୍ଵାଳ। ରଞ୍ଜିତାଙ୍କ ଏପରି ମହାନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here