ରାଜଧାନୀ ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲା ମା ଚର୍ଚ୍ଚିକା ସାମ୍ବାଦିକ ସଂଘ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜଧାନୀରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହିତ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଛି ବାଙ୍କୀ ର ଅଗ୍ରଣୀ ସାମ୍ବାଦିକ ସଂଘ ! ସ୍ବାଧୀନତା ପରେ ପୋଲିସ ବାହିନୀକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାରତୀୟ ସମ୍ବିଧାନ ପ୍ରଦାନ କରିଛି । ପୋଲିସ କୁ ଜନସାଧାରଣଙ୍କ ବନ୍ଧୁ ବୋଲି ଘୋଷଣା କରିବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଇ ସରକାର ଯେଉଁ ବାର୍ତ୍ତା ଦେବାକୁ ଚାହିଁଛନ୍ତି ତାହା କିଛି ପୋଲିସ ମାନଙ୍କ ପାଇଁ ବିଶ୍ବାସ ଭାଜନ ହୋଇ ପାରୁନାହିଁ। ପୋଲିସ ସମାଜକୁ ନିରାପତ୍ତା ଦେବା ପରିବର୍ତ୍ତେ ତାଙ୍କର କର୍ମଚାରୀ ମାନେ ଯେଉଁ ଭାବେ ମନମୁଖୀ କାର୍ଯ୍ୟ କରୁଛନ୍ତି ତାହା ବିଭିନ୍ନ ସ୍ତରରେ ଆଲୋଚନା ହେବା ସହ ପୋଲିସ ବିଭାଗକୁ ବଦନାମ କରୁଛି । ବହୁ ଜାଗାରେ ପୋଲିସ କର୍ମଚାରୀ ମାନେ ସାମ୍ବାଦିକ, ଓକିଲ ଓ ମହିଳା ମାନଙ୍କୁ ଅସଦାଚରଣ କରି ମାଡ ମାରି ଲଡୁଲୁହାଣ କରିବା ପରେ ତାହା ତର୍ଜମା କରି ବିଭିନ୍ନ ମହଲରୁ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲେ ମଧ୍ୟ ରାଜ୍ୟ ପୋଲିସ କର୍ମଚାରୀ ମାନଙ୍କର ଚେତା ପଶୁନାହିଁ । ଏଭଳି ଏକ ଘଟଣା ରାଜଧାନୀର ରାଜରାସ୍ତାରେ ଘଟିଛି ! ପୋଲିସ ଜଣେ କର୍ତବ୍ଯରତ ଫଟୋ ସାମ୍ବାଦିକ ରାକେଶ ରାଉଳଙ୍କୁ ସ୍ପଷ୍ଟ ଦିବାଲୋକରେ ମାଡ ମାରି କ୍ୟାମେରା, ମୋବାଇଲ ଫୋନ ଛଡାଇନେଇ ତଳେ ଫୋପାଡି ଦେଇଥିବାର ଦୃଶ୍ୟ ନଜରକୁ ଆସିଛି । ଏନେଇ ବାଙ୍କୀର ଅଗ୍ରଣୀ ସାମ୍ବାଦିକ ସଂଘ ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରିବା ସହ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାପାଇଁ ଦାବୀ ହୋଇଛି । ସାମ୍ବାଦିକ ମାନେ ଅପ୍ରୀତିକର ପରିସ୍ଥିତିର ସମୁଖୀନ ହୋଇ ଜନସାଧାରଣଙ୍କ କାମରେ ନିଜ ଜୀବନକୁ ବିପନ୍ନ କରି ପହଁଞ୍ଚିଲା ବେଳେ ତାଙ୍କୁ ଯେଉଁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦିଆଯାଇଛି ତହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ଏକଥା ସର୍ବସାଧାରଣ, ପ୍ରଶାସନ ଓ ରାଜନୈତିକ ବ୍ଯକ୍ତିମାନେ ବୁଝିବା ଉଚିତ । ସମସ୍ତେ ନିଜ ନିଜର ପରିବେଶରେ ସୁଖ ନିଦ୍ରାରେ ଶୋଇଥିଲା ବେଳେ ସାମ୍ବାଦିକଟିଏ ଖବର ସଂଗ୍ରହ କରି ତାକୁ ପ୍ରସାରଣ କରୁଥିବା ବେଳେ ସାମ୍ବାଦିକ ମାନଙ୍କୁ ଯେଉଁ ସହାନୁଭୂତି ଦେବା କଥା ତହା ଦିଆଯାଉନାହିଁ । ଯେଉଁ ନିରାପତ୍ତା ବାହିନୀ ନିରାପତ୍ତା ଯୋଗାଇଦେବା କଥା ସେମାନେ ନିରାପତ୍ତାକୁ ଅପହରଣ କରିବା ଘଟଣା , ବାଙ୍କୀର ମା ଚର୍ଚ୍ଚିକା ସାମ୍ବାଦିକ ସଂଘକୁ ଆଘାତ ଦେଇଛି ! ଏହି ଅମାନବୀୟ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ । ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦଳେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ , ସାମ୍ବାଦିକ ଗଙ୍ଗାଧର ସାହୁ , ଅନନ୍ତ ରଣା , ମାନସ ରଞ୍ଜନ ସାହୁ , ଯୋଗେଶ୍ଵର ପଣ୍ଡା , ମନୋଜ ରଣା , ପ୍ରଶାନ୍ତ କୁମାର କର , ବିଶ୍ବଜିତ ବିଶ୍ୱାଳ , ବସନ୍ତ ଦଳେଇ , ସୁବ୍ରତ କୁମାର ନାୟକ ଏବଂ ସଂଘର ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ ପ୍ରମୂଖ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *