ପୁଣ୍ୟାତ୍ମା ଖତୀବେୱl ଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳୀ ସଭା ଓ ବୃକ୍ଷ ରୋପଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ସ୍ନେହୀ , ଧର୍ମପରାୟଣା ତଥା ଦୁଲଣାପୁର ଗ୍ରାମ ର ସୁକନ୍ୟା ଖତୀବେୱ। ଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳୀ ସଭା ବଡ଼ ଭଗବତ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମାଜସେବୀ ନିରଞ୍ଜନ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଶ୍ରୀରାମ ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ସବିତା ସାହୁ ସମ୍ମାନୀତ ଅତିଥି ରୂପେ ଭିମସେନ ସାହୁ ଯୋଗଦେଇ ସ୍ୱର୍ଗତା ବେୱ। ଙ୍କ ନିର୍ଭିକତା , ସମାଜସେବା ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ତାଙ୍କ ପୁତ୍ର ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱର୍ଗତ ବେୱ। ଙ୍କ ସ୍ମରଣରେ ଦୁଲଣାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଙ୍କ ସମେତ ସହକାରୀ ଶିକ୍ଷକ ତ୍ରିଲୋଚନ ନାୟକ, ବିଜୟଲକ୍ଷ୍ମୀ ପରିଡ଼ା, ହେମନ୍ତ କୁମାର ସାହୁ , ଯୁବ ସମାଜ ସେବୀ ମୁକେଶ ରାଉତ, ତ୍ରିନାଥ ନାୟକ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଅନାମ ପଢିଆରୀ, ସଞ୍ଜୟ ସାହୁ , ରେଣୁ ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ !

Leave a Reply

Your email address will not be published. Required fields are marked *