ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମୁସିଲିମ୍ ସାହିର ଯୁବକ ପାପା ଓରଫ୍ ସାଜିଦ୍ ଖାନ କୁ ପ୍ରେମ ନିବେଦନ ପଡିଲା ମହାଙ୍ଗା ! ଧୂଆଁଳ ଗ୍ରାମର କୁଳମଣିଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସକାଳ ସମୟରେ ଗାଁ ରାସ୍ତାରେ ଯାଉଥିବା ସମୟରେ ସାଜିଦ ଖାନ ଲକ୍ଷ୍ମୀପ୍ରିୟାଙ୍କ ହାତକୁ ବଳପୂର୍ବକ ଭିଡି ପ୍ରେମ ପାଇଁ ନିବେଦନ କରିଥିଲା । ଲକ୍ଷ୍ମୀପ୍ରିୟା ସାଜିଦର କାର୍ଯ୍ୟକଳାପ ଦେଖି ମନା କରିଦବାରୁ ସାଜିଦ୍ ଲକ୍ଷ୍ମୀପ୍ରିୟାଙ୍କ ଉପରେ ରାଗିଯାଇ ସର୍ବ ସମ୍ମୁଖରେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା । ଗାଁ ଭିତରେ ଏଭଳି ଘଟଣାକୁ ସହ୍ୟ କରି ନପାରି ତୁରନ୍ତ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଥିଲେ । ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଆଧାରରେ ୨୦୭/୨୦୨୩ ମାମଲା ପଞ୍ଜିକୃତ କରି ସଙ୍ଗିନ ଦଫା ୪୧,୩୫୪,୩୫୪(ଖ),୩୫୪(ଘ) ଏବଂ ୫୦୬ ରୁଜୁ କରି ପୋଲିସ ସାଜିଦକୁ ଗିରଫ କରି ଚିଲିକା ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛି । ଲକ୍ଷ୍ମୀପ୍ରିୟା ବାଲୁଗାଁ ଏମ୍ ବଜାରରେ କାର୍ଯ୍ୟ ସାରି ରାତି ୧୦ ରେ ଘରକୁ ଫେରନ୍ତି । ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଥିବାବେଳେ ଲକ୍ଷ୍ମୀପ୍ରିୟାଙ୍କ ତିନୋଟି ଝିଅ ଥିବା କହି ଦୁଃଖ ପ୍ରକାଶ କରିଛନ୍ତି ପରିବାର ଲୋକେ ।
ପ୍ରେମ ନିବେଦନ କରିବା ପଡ଼ିଲା ମହଙ୍ଗା : ଜେଲ ଗଲେ ଅଭିଯୁକ୍ତ !!!

