ବାଲୁଗାଁ ଚିଲିକା ରୋଡ କେଟିଏମ ସୋ ରୁମ୍ ନିକଟରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ରୋଡ କେଟିଏମ ସୋ ରୁମ୍ ନିକଟରୁ ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଲୁଗାଁ ଚିଲିକା ରୋଡ ରେ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ କେଟିଏମ ସୋ ରୁମ୍ ନିକଟରୁ ତାଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଅଚିହ୍ନା ବ୍ୟକ୍ତି ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *