ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବରଡ଼ି ଠାରୁ ନୂଆଗଡ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା ! ଷୋଳ ନମ୍ବର ଜାତୀୟ ରାଜପଥ ହେବା ଠାରୁ ପାଞ୍ଚ ନମ୍ବର ଜାତୀୟ ସଡ଼କପଥକୁ କିଏ ପଚାରେ, ରୋଡ଼ ଖୋଳି ହେବା ସହିତ କେଉଁଠି କେଉଁଠି ଫାଟି ଆଁ କରିଛି ! ଏହି ରାଜପଥ ରେ ବାଲୁଗାଁ ବ୍ୟବସାୟୀ ସ୍ଥାନ ସହ ଟୁରିଷ୍ଟ ମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ଏଠାକୁ ହଜାର ହଜାର ଗାଡି ମୋଟର ଯାତାୟାତ କରିଥାନ୍ତି l ଯିବା ଆସିବା ରାସ୍ତା ରେ ବହୁବାର ଦୁର୍ଘଟଣା ହେବାର ନଜିର ରହିଥିବା ବେଳେ ରୋଡ଼ ଟି କାହିଁକି ଅବହେଳିତ ହୋଇ ପଡିଛି ତାହା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି l ତେଣୁ ଜନସାଧାରଣ ଙ୍କ ପ୍ରଶ୍ନ ରାସ୍ତା ହେବ କେବେ ? ନା ସରକାର ଙ୍କ ମାଲ ଦରିଆ ମେ ଡାଲ ? ରୋଡ଼ ପାଇଁ ସରକାର ଅର୍ଥ ଦେଇଛନ୍ତି , ଦଲାଲ ମାନେ ଚଳୁ କରିଦେଛନ୍ତି ତାହା ମଧ୍ୟ୍ୟ ସନ୍ଦେହ ଘେରରେ , ଆଉ କେତେ ଦିନ ଦୁର୍ଘଟଣା ର ଶିକାର ହେଉଥିବେ ସାଧାରଣ ଲୋକେ !
ପାଞ୍ଚ ନମ୍ବର ଜାତୀୟ ରାଜପଥ ପାଲଟିଛି ଅଲୋଡ଼ା ରାସ୍ତା !!!

