ଚିଲିକା ରେ ଆରମ୍ଭ ହେଲା ଆପ୍ ର ଅଭିଯାନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆମ୍ ଆଦମୀ ପାର୍ଟି ତରଫରୁ ଚିଲିକା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମ ର ସଭାପତିତ୍ବ ଖୋର୍ଦ୍ଧା ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନିଲ ଷଡ଼ଙ୍ଗୀ କରିଥିଲେ । ଚିଲିକା ରେ ସବୁ ପଞ୍ଚାୟତରେ ସଂଗଠନ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି ବୋଲି କହିଥିଲେ ଶ୍ରୀଯୁକ୍ତ ଷଡ଼ଙ୍ଗୀ । ଚିଲିକା ରେ କିପରି ଭାବେ ସରକାରୀ ଶିକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଫେଲ ହୋଇଛି ତା ଉପରେ ଚିଲିକା ସଭାପତି ସୁବାସ ଜଗଦେଵ ଆଲୋଚନା କରିଥିଲେ । ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ବୈଠକ ଆୟୋଜନ ହେବାକୁ ଯାଉଛି ବୋଲି ଶ୍ରୀଯୁକ୍ତ ଜଗଦେଵ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇ ତାଙ୍କ ଅଭିଭାଷଣରେ , ବିଜେଡି ବିଜେପି ର ମଦ ଆମିଷ ଭୋଜି ର ରାଜନୀତି କୁ ଚ୍ୟାଲେଞ୍ଜ ଦେଉଛି ଅରବିନ୍ଦ କେଜରିୱାଲଙ୍କ ଶିକ୍ଷା, ସ୍ୱାସ୍ଥ୍ୟ , ବିଜୁଳୀ ର ରାଜନୀତି । ଗୁଜୁରାଟ ର ଉଦାହରଣ ଦେଇଥିଲେ ଶ୍ରୀଯୁକ୍ତ ମହାପାତ୍ର । ଓଡ଼ିଶାରେ ମଧ୍ୟ ଆମ୍ ଆଦମୀ ପାର୍ଟି ବ୍ୟବସ୍ଥା ପରିବର୍ତ୍ତନ କରିପାରିବ କହିଥିଲେ । ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ସାମିଲ ହୋଇଥିଲେ । ଧନ୍ୟବାଦ ଭାଷଣ ଦେବା ସାଙ୍ଗରେ ଶ୍ରୀଯୁକ୍ତ ସ୍ୱାଇଁ ଆପ୍ କିପରି ସାଧାରଣ ଜନତାଙ୍କ ରାଜନୀତି କରିଥାଏ ତାହା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମୀ ସାମିଲ ହୋଇଥିବା ସମୟରେ ସ୍ଥାନୀୟ କିଛି ବୁଦ୍ଧିଜୀବି ଏବଂ ବାଣପୁର ଏନଏସି ୯ ନମ୍ବର ୱାର୍ଡର କିଛି ଯୁବକ ନୂତନ ଭାବେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ !

Leave a Reply

Your email address will not be published. Required fields are marked *