ମହା ଆଡ଼ମ୍ବରରେ ପାଳିତ ହେଉଛି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ 2022 !!!

0
529

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ବୋଇତ ବନ୍ଦାଣ ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି ! ଗତ ୩ ବର୍ଷ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା , କିନ୍ତୁ ଚଳିତ ବର୍ଷ ମହା ଆଡମ୍ବର ରେ ପାଳିତ ହେଉଛି ! ଆମ ଐତିହ୍ୟ ଆମ ପରମ୍ପରା କୁ ମନେ ପକାଇବାକୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ପାଳନ କରାଯାଇଛି l ଆମ ପୂର୍ବଜ ମାନଙ୍କ କଥା ସାଧବ ସାତପୁଅ ଓ ସାତ ବୋହୁ ସାତ ଭାଇଙ୍କ ଅଲିଅଳି ଗୋଟିଏ ବୋଲି ଗେଲ୍ଲୀ ଭଉଣୀ ତଅପୋଇ ଙ୍କ କଥା କଥିତ କାହାଣୀ ମନେ ପକାଇବା ପାଇଁ ବୋଇତ ବନ୍ଦାଣ ମହୋଉତ୍ସବ ପାଳିତ ହେଉଛି l ପୁର୍ବରୁ ବେପାର ବାଣିଜ୍ୟ କରିବା ପାଇଁ ଓଡ଼ିଶା ର ସାଧବ ପୁଅ ସୁଦୂର ମାଲଦୀପ, ବୋର୍ଣ୍ଣିଓ , ଆଣ୍ଡାମାନ, ଜାଭା ଓ ବର୍ଲି ଭଳି ଦ୍ୱୀପ ମାନଙ୍କୁ ବୋଇତ ସାହାଯ୍ୟ ରେ ମାସ ମାସ ଯାତ୍ରା କରି ପ୍ରଚୁର ଧନ ସମ୍ପତି ଅର୍ଜନ କରି ଓଡ଼ିଶା ବୋହି ଆଣି ଓଡ଼ିଶା କୁ ସମୃଦ୍ଧ କରୁଥିଲେ । ଏ ଐତିହ୍ୟ କୁ ମନେ ପକାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବାଲୁଗାଁ ପେଣ୍ଠସ୍ଥଳ ରେ ଅନୁଷ୍ଠିତ ହୋଇ ହୋଇଯାଇଛି ଏହି ଐତିହାସିକ ବୋଇତ ବନ୍ଦାଣ ମହୋତ୍ସବ ! ଉକ୍ତ କାର୍ଯ୍ୟକ୍ରମ ରେ ଓଡ଼ିଶା ର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ରାଜ୍ଯସଭା ସାଂସଦ ମୁନା ଖାଁ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚିଲିକା ବିଧାୟକଙ୍କ ପତ୍ନୀ ସ୍ୱାଗତିକା ଜଗଦେବ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁରୀ ସାଂସଦ ପ୍ରତିନିଧି ମାନସ ପ୍ରଧାନ ଯୋଗ ଦେଇଥିଲେ ! ଓଲିଉଡ ତାରକା ଏଲିନା ସାମନ୍ତରାୟ, ସିଙ୍ଗର ହ୍ୟୁମାନ ସାଗର ଯୋଗ ଦେଇଥିବା ବେଳେ , କିଛି କଳାକାର ମାନଙ୍କୁ ନେଇ ମଞ୍ଚ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଜନ ସାଧାରଣ ରୁଣ୍ଡ ହେବାରୁ କାର୍ଯ୍ୟକ୍ରମ ମଝିରେ ପୋଲିସ ପ୍ରଶାସନ ପକ୍ଷରୁ ଲାଠି ଚାର୍ଜ କରାଯିବା ସହ କାର୍ଯ୍ୟକ୍ରମ କୁ ବନ୍ଧ କରିଦିଆ ଯାଇଥିଲା । ଜନ ସାଧାରଣ ଭିଡ଼ ଟିକେ କମିଲା ପରେ ପୁଣି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବାକୁ ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଦର୍ଶକ ଭିଡ଼ ଜମାଇ କାର୍ଯକ୍ରମ କୁ ଉପଭୋଗ କରିଥଲେ । ଶେଷ ରେ ପ୍ରାତ ସମୟ ରେ ସାତ ସାଧବ ପୁଅ, ସାତ ସାଧବ ବୋହୂ ର ପ୍ରତୀକାତ୍ମକ ଚିଲିକା ଜଳ ରାଶି ରେ ନୌ ବିହାର କରିବା ସହିତ ଜନ ସାଧାରଣ ଆ…କା ମା ବୋଇ, ପାନ ଗୁଆ ଥୋଇ।
ପାନ ଗୁଆ ତୋର, ମାସକ ଧରମ୍ ମୋର । ଏଭଳି ଉଚ୍ଚାରଣ ରେ ଅଞ୍ଚଳ ମୁଖରିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here