ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବର ଅନ୍ତିମ ଦିବସ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରଙ୍ଗାରଙ୍ଗ ପରିବେଶରେ ଉଛୁଳିଲା ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବର ଅନ୍ତିମ ଦିବସ । ଶୀତୁଆ ସକାଳରେ ନୟାଗଡ଼ ସାଗର ପୋଖରୀ କୁଳ ପାଲଟିଥିଲା ଜନ ସମୁଦ୍ର । ହଜାର ହଜାର ଦର୍ଶକ ବୋଇତ ବନ୍ଦାଣ ଉତ୍ସବ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗନ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ପହି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଉପ ଜିଲ୍ଲାପାଳ ସଚିକାନ୍ତ ରାୟ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବୋଇତ ବନ୍ଦାଣ ଉତ୍ସବ କମିଟିର ସଭାପତି କିଶାନ ଦାସ ଓସମସ୍ତ କାଉନସିଲର ଯୋଗ ଦେଇଥିଲେ ।

ଏହି ଅବସରରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ନୟାଗଡ଼ର ସାହିତ୍ୟ ସଂସ୍କୃତି ଓ ପରମ୍ପରା କୁ କିପରି ଅଗ୍ରସର କରାଯିବ ସେଥି ନିମନ୍ତେ ସମସ୍ତେ ସହଯୋଗ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରାତ୍ରରୁ ଭକ୍ତ ମାନେ ସାଗର ପୋଖରୀ କୁଳରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତାସବାଜିରେ ସମଗ୍ର ଅଞ୍ଚଳ କମ୍ପମାନ ହୋଇଥିଲା । ସମସ୍ତ ଅତିଥି ମାନେ ନୌକା ସାହାଯ୍ୟରେ ସାଗର ପୋଖରୀରେ ପରିଭ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *