ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ଓ ନିରବଚ୍ଛିନ୍ନ ପ୍ରକ୍ରିୟାରେ ନିରସ୍ତ୍ର ସୈନିକ ଭାବରେ ଯୁଦ୍ଧ ସହ ଏବେ ସଂପୂର୍ଣ୍ଣ ଭାବରେ କରୋନାକୁ ଆମେ କରାୟତ କରି ପାରିଛୁ । ସରକାରୀ ସ୍ତରରେ ମଧ୍ୟ ସାମ୍ପୂଲ୍ ସଂଗ୍ରହ ଚାଲିଛି । ଅଗ୍ରଣୀ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ମାକ୍ସ, ସାନିଟାଇଜର ସହ ଗରିବ, ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ ଜାରି ରହିଛି । ଏହି କାର୍ଯ୍ୟକ୍ରମ ପହଁଚିଛି ୧୧୯୭ ଦିନରେ । ଏହି ପରିପ୍ରେକ୍ଷିରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୯୧ ରୁ ୧୧୯୭ ପର୍ଯ୍ୟନ୍ତ ଅର୍ଥାତ୍ ଗତ ରବିବାରରୁ ଶନିବାର ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିଥିବାର ଦେଖିବକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଗଦାଧର ମଲ୍ଲିକ, ସାଗର ଜେନା, ସାଗର ମଲ୍ଲିକ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ୧୨୫୦ ଦିନ ଧରି ନିରବଚ୍ଛିନ୍ନ ଭାବରେ ଚାଲିବ । ଅର୍ଥାତ୍ ଅଗଷ୍ଟ ୨୩ ତାରିଖ ଦିନ ସଚେତନତା ଓ କୋଭିଡ କିଟ୍ ବଣ୍ଟନ କାର୍ଯ୍ୟକ୍ରମର ପୁରଶ୍ଚରଣ କର୍ମ ସମାପନ ହେବ । ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଥିବା ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ “ମିଶନ୍ ଅମୃତ ହସ୍ତମ୍” ନାମରେ ଚାଲୁ ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ସୁଚନା ଦେଇଛନ୍ତି ।
ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନର ୧୭୧ ତମ ସପ୍ତାହ !!!

