ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ରମେଶ ଚନ୍ଦ୍ର ବେହେରା || ପବିତ୍ର କାର୍ତ୍ତିକ ପୂର୍ଣିମା ଅବସରରେ ଉତ୍ସବ ମୁଖରିତ ହୋଇ ଉଠିଛି ସମଗ୍ର ନୟାଗଡ ଜିଲ୍ଲା ! ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳ ରେ ଖୁବ ଧୁମ ଧାମ ରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ ! ୨ ଦିନ ଧରି ଆଦିବାସୀ ଅଧୁଷିତ ଅଞ୍ଚଳ ଡ଼ିମିରିପଲ୍ଲୀ ଗ୍ରାମର ବାବା ସିଧେଶ୍ୱର ମହାଦେବ ଙ୍କ ପୀଠ ରେ ଦୁଇ ଦିନ ଧରି ଉତ୍ସବ ପାଳନ କରାଯାଇଛି ||

ଦ୍ୱିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ NCCB ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ତଥା ଆଦର୍ଶ କୃଷକ ସୂର୍ଯ୍ୟନାରାୟଣ ସାହୁ, ନୂଆଗାଁ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ନୂଆଗାଁ ବ୍ଲକ ଆତ୍ମା ଚେୟାରମ୍ୟାନ ସଞ୍ଜୟ କୁମାର ସାହୁ, ଗୁମି ଗ୍ରାମପଞ୍ଚାୟତ ର ସମିତିସଭ୍ୟ , ସରପଞ୍ଚ ବବୁରୁ ପ୍ରଧାନଙ୍କ ସମେତ ବାହାଡାଝୋଲା ଗ୍ରାମପଞ୍ଚାୟତ ଯୁବ ସମାଜସେବୀ ସୁଶାନ୍ତ କୁମାର ପଢିଆଳି ଯୋଗ ଦେଇଥିଲେ || ସ୍ଥାନୀୟ ବିଧାୟକ ଆଦିବାସୀ ଅଧୁଷିତ ଡ଼ିମିରିପଲ୍ଲୀ ଅଞ୍ଚଳ ର ସାମୁହିକ ବିକାଶ ତଥା ବାବା ସିଦ୍ଧେଶ୍ବର ମନ୍ଦିର ର ବିକାଶ ପାଇଁ ଦେଇଥିବା ନିଜ ପାଣ୍ଠି ରୁ ଅନୁଦାନ ବିଷୟରେ ଆଲୋଚନା କରିଥିଲେ || ଅଞ୍ଚଳ ର ମୁଖ୍ୟ ସମସ୍ୟା ଟାୱାର କୁ ଖୁବଶୀଘ୍ର ତ୍ବରାନିତ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ || ସେପଟେ ପ୍ରଥମ କରି ବାବା ସିଧେଶ୍ୱର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଇଥିବାରୁ ଅନେକ ଲୋକ ନିଜର ଦାବି ମଧ୍ୟ ଉପସ୍ଥାପନା କରିଥିଲେ || ବାବା ସିଦ୍ଧେଶ୍ବର ଙ୍କ କାର୍ଯ୍ୟକ୍ରମ ପରେ ଗାତେରୀ ଗ୍ରାମପଞ୍ଚାୟତ ର ଆଡିପଡ଼ା ଗ୍ରାମରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ରେ ମଧ୍ୟ ବିଧାୟକ ଯୋଗ ଦେଇଥିଲେ || ଗାତେରୀ ଗ୍ରାମପଞ୍ଚାୟତ ରେ ପହଞ୍ଚିଲା ପରେ , ଗାତେରୀ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ସରୋଜ ସାହାଣୀ ଙ୍କ ସମେତ ଶତାଧିକ ବିଜୁ ଜନତା ଦଳ ର କର୍ମୀ ମାନେ ବିଧାୟକ ଙ୍କୁ ସ୍ୱାଗତ କରି ପୂଜା ମଣ୍ଡପ କୁ ପାଛୋଟି ନେଇଥିଲେ ||

Leave a Reply

Your email address will not be published. Required fields are marked *