ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ସରକାର ଙ୍କ ମାଳମାଳ ଯୋଜନା ! ତା ମଧ୍ୟରୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଅନ୍ୟତମ । କିନ୍ତୁ ସରକାର ଦେଉଥିବା ଭତ୍ତା ର ମୂଲ୍ୟରେ ଗୋଟେ ଲୋକ ଚଳିବା କଷ୍ଟକର ହେଇପଡୁଛି । ବର୍ତମାନ ସରକାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରୁଥିବା ବେଳେ ପ୍ରତିଦିନ ହିସାବରେ ୧୭ ଟଙ୍କା ମିଳୁଛି । ଯେଉଁଥିରେ ବୁଢା ବୁଢ଼ୀ ଚଳିବା କଷ୍ଟକର ହେଇ ପଡୁଛି । ଭତ୍ତା ୫୦୦ ଟଙ୍କାରୁ ୨୦୦୦ କୁ ବୃଦ୍ଧି କରିବାକୁ ନେଇ ଆଜି କୁଜଙ୍ଗ ବ୍ଲକ ପଡ଼ିଆରେ ନବ ନିର୍ମାଣ କୃଷକ ସଙ୍ଗଠନ ଓ କୁଜଙ୍ଗ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବୃଦ୍ଧା ଓ ମହିଳା ମାନେ ଯୋଗଦେବା ସହ ଏକ ବିଶାଳକାୟ ରାଲି କରିବା ସହ ଏକ ସଭା ର ଆୟୋଜନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ବକ୍ତା ଭାବେ ନବ ନିର୍ମାଣ କୃଷକ ସଂଗଠନର ସଭାପତି ଉମାକାନ୍ତ ଭାରତ ଯୋଗଦେବା ସହ ରାଜ୍ୟ ସଭାପତି ଶେଷଦେବ ନନ୍ଦ, ନୂତନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଜେଡି ଓ ବିଜେପି ଉପରେ ବର୍ଷିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଯଦି ଆଗାମୀ ଦିନରେ ସରକାର କୌଣସି ଦାବି ନ ଶୁଣନ୍ତି , ତେବେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ।
ଭତ୍ତା ବୃଦ୍ଧିକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ଶାଖା ପକ୍ଷରୁ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ !!!

