ଛାଡ଼ଖାଇ ପାଳନ ବେଳେ ମାଡି ବସିଲା ବନବିଭାଗ : ବାରହା ମାଂସ , ଜଣେ ଅଭିଯୁକ୍ତ ଗିରଫ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଛାଡ଼ଖାଇ ପାଳନ ବେଳେ ମାଡ଼ିବସିଲା ମହୀପୁର ବନ ବିଭାଗ ର ଏକ ଟିମ ! ଦୁଇ କେଜି ବାରହା ମାଂସ ସହ 500 ଗ୍ରାମ ଫାସ ଜବତ କରିଥିବା ଜଣାପଡିଛି ! ଏଥି ସହ ଏହି ଘଟଣା ରେ ଜଣେ ଯୁବକ କୁ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ ! ମିଳିଥିବା ସୂଚନା ଅନୁସାରେ ଗତ କାଲି ଛାଡ଼ ଖାଇ ପଡୁଥିବାରୁ ଶିକାରୀ ମାନେ ବନ୍ୟା ଜନ୍ତୁ ଶିକାର କରି ମୋଟା ଅଙ୍କର ଟଙ୍କା ରୋଜଗାର କରିବା ଲକ୍ଷ୍ୟ ରେ ସମସ୍ତ ନୀତି ନିୟମ କୁ ଭୁଲି ଯାଉଥିବା ବେଳେ ବନବିଭାଗ ର ସଚେତନତା କୁ ଖାତିର କରୁ ନାହାନ୍ତି ! ତେବେ କୌଣସି ସୂତ୍ରରୁ ଖବର ପାଇଁ ମହୀପୁର ବନବିଭାଗ ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ସମ୍ପଡା ଗ୍ରାମ ର ଦଣ୍ଡୁ ପରିଡା ଙ୍କ ଘରେ ଚଢ଼ଉ କରିଥିଲା ! ସେଠାରୁ ଦୁଇ କେଜି ବାରାହ ମାଂସ ସହ 500 ଗ୍ରାମ ଫାସ ଜବତ କରିଥିଲା ! ଏହି ଘଟଣା ରେ ବଡ ପୁଅ ସତ୍ୟବାନ ପରିଡା ଙ୍କ ର ସମ୍ପୃକ୍ତି ଥିବା ଜାଣିବା ପରେ ସେ ଘରେ ନଥିବା କାରଣ ରୁ ତାଙ୍କୁ ଧରିବା କୁ ବନ ବିଭାଗ ଏକ ଟିମ ଲାଗି ପଡ଼ିଥିଲା ! ପରେ ସମ୍ପଡା ନିକଟସ୍ଥ ଗୋହିରିବଦୁ ରାସ୍ତା ରୁ ସତ୍ୟବାନ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ! ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ମହୀପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି ! ଏହି ଘଟଣା ରେ ବନବିଭାଗ ଆଉ ଜଣକୁ ଅଟକ ରଖିଥିବା ବେଳେ ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଜାଣିବା ପରେ ଛାଡି ଦିଆଯାଇଛି ! ବର୍ତମାନ ଦୁଇ କେଜି ମାଂସ ଜବତ ବେଳେ ବାକି ମାଂସ ର କୌଣସି ପତା ମିଳି ପାରିନାହିଁ ! ଏହି ଚଢ଼ାଉ ସମୟ ରେ ମହୀପୁର ବନାଞ୍ଚଳ ଅଧିକାରି ଅମ୍ରିତ କୁମାର ସାହୁ , ବନପାଳ ସୂର୍ଯ୍ୟକାନ୍ତ ମହାରଣା, ଶ୍ରୀନିବାସ ମହାପାତ୍ର, ବନରକ୍ଷୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ସମେତ ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *