ଭଞ୍ଜ କଳାମଣ୍ଡପରେ ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା “ନାଟ୍ୟର୍ପଣମ ” ମଞ୍ଚସ୍ଥ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭଞ୍ଜ କଳାମଣ୍ଡପରେ ଦେବଦାସୀ ନୃତ୍ୟମନ୍ଦିର ଆୟୋଜିତ “ନାଟ୍ୟର୍ପଣମ “ରେ ଦେଶର ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ କୁଚିପୁଡ଼ି, ମଣିପୁରୀ, ଓଡିଶୀ ନୃତ୍ୟରେ ବିଭୋର ହେଲେ ଦର୍ଶକ ! ଭୁବନେଶ୍ୱର ସ୍ଥିତ ଭଞ୍ଜ କଳlମଣ୍ଡପରେ ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ “ଅଙ୍ଗିକାରମ ମଙ୍ଗଳମ ନାଟ୍ୟର୍ପଣମ ” କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଦେଶର ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ଦ୍ୱାରା କୁଚିପୁଡ଼ି, ମଣିପୁରୀ, ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ପଚିଶ ଜଣ କଳାକାର ନୃତ୍ୟ ପରିବେଷଣ କରିଥିଲେ l ସନ୍ଧ୍ୟାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣି , ଜାତୀୟ ମାନବାଧିକାର କମିଶନ ସଦସ୍ୟ ମନୋଜ ଜେନା, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସଦସ୍ୟl ତଥା ପ୍ରସିଦ୍ଧ ଅlସlମିୟା ସାତୟା ନୃତ୍ୟଙ୍ଗନା ଶାରଦୀ ସାଇକିଆ, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଆଦି ଉପସ୍ଥିତ ରହି ନୃତ୍ୟଗୁରୁ ବିପିନ ବିହାରୀ ସ୍ୱାଇଁ, ଜଳେଶ୍ୱର ମହୋତ୍ସବ ଆୟୋଜକ ନବେନ୍ଦୁ ପ୍ରଧାନ, ଭାରତନାଟ୍ୟମ ନୃତ୍ୟ ଗୁରୁ ଭାରତୀ ଶ୍ରୀନିବାସ, ସଂସ୍କୃତ ଅଧ୍ୟାପିକା ଜୟଶ୍ରୀ ବାଳl ମଲ୍ଲିକଙ୍କୁ କଳିଙ୍ଗରତ୍ନ ସମ୍ମାନ ରେ ସମ୍ମାନିତ କରିଥିଲେ ! ତତସହିତ ନୃତ୍ୟଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିତ କଳାକାର ମାନଙ୍କୁ ଏଭଳି ମଞ୍ଚରେ ସମ୍ମିଳିତ କରି କଳା ସଂସ୍କୃତି କୁ ସମୃଦ୍ଧି କରି ପାରୁଥିବାରୁ ଉପସ୍ଥିତ ସମସ୍ତ ଅତିଥି ମୁଖ୍ୟ ଆୟୋଜକ ଜଗବନ୍ଧୁ ଜେନାଙ୍କୁ ଧନ୍ୟବାଦ ପ୍ରଦାନ ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ସନ୍ଧ୍ୟାରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ମାନେ ଦେଶର କୋଣ ଅନୁକୋଣରୁ ଆସି କୁଚିପୁଡ଼ି, ଭରାତନାଟ୍ୟମ, ମଣିପୁରୀ ଏବଂ ଓଡିଶୀ ନୃତ୍ୟରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ l ଏହି କାର୍ଯ୍ୟକ୍ରମ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ଚାଲିବ l

Leave a Reply

Your email address will not be published. Required fields are marked *