ଜନସେବା କେନ୍ଦ୍ର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନ ସମସ୍ତ ଜନସେବା କେନ୍ଦ୍ର ର ଅଧିକାରୀ ଏବଂ ଅଧିକାରିଣୀ ମାନଙ୍କୁ ନେଇ ଏକ ବୈଠକ ସିଦ୍ଧାମୁଳା ସ୍ଥିତ ଗୋକୁଳାନନ୍ଦ ପୀଠ ପରିସରେ ଅଯୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଷ୍ଟେଟ ଅଫିସର ଦିବାକର ନାୟକ, ସମ୍ମାନୀତ ଅତିଥି ରୂପେ ପୂର୍ବତନ ବିଡ଼ିଓ ନୀଳକଣ୍ଠ ବେହେରା, ନୟାଗଡ଼ ସିଏସସି ର ଜିଲ୍ଲା ପରିଚାଳକ ସୁବାଷ ଚନ୍ଦ୍ର ପରିଡା ଯୋଗ ଦେଇଥିବା ସମୟରେ ବରେଣ୍ୟ ଅତିଥି ଜିଲ୍ଲା କୋଡ଼ିନେଟର ବିଭୂତି ଭୂଷଣ ନାୟକ ଏବଂ ଖଣ୍ଡପଡ଼ା ବ୍ଲକ ରୁ ଶତାଧିକ ସିଏସସି ଭିଏଲଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ମିଶନ 90 ଡେଜ ର ସଫଳତା ଉଦ୍ଦେଶ୍ୟରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଆୟୋଜିତ ସଭାରେ ଆସନ୍ତା ଯୋଜନା ଏବଂ ସରକାରଙ୍କ ବିଭିନ ସେବାକୁ ସହଜରେ ଲୋକ ମାନଙ୍କୁ ଯୋଗାଇଦେବା ନିମନ୍ତେ ସୂଚନା ସହ ଖସଡ଼ା ପ୍ରସ୍ତୁତ କରାଯଇଥିଲା l ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରଖାଯାଇଥିଲା l ଭଲ ସେବା ପ୍ରଦାନ କରିଥିବା ସିଏସସି ଭିଏଲଇ ମାନଙ୍କୁ ସଭାରେ ସମ୍ମାନୀତ କରାଯାଇଥିଲା l

Leave a Reply

Your email address will not be published. Required fields are marked *