ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କିଛି ଦିନ ତଳେ ସହର କୁ ସରସ ସୁନ୍ଦର କରିବା ସକାଶେ ଫାୟାର ଷ୍ଟେସନ ଛକ ଠାରୁ କୋର୍ଟ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା . ଉଛେଦ ସମୟରେ ଭଙ୍ଗା ରୁଜା ଜିନିଷ ଗୁଡିକ ଦ୍ଵାରା ନାଳ ପୋତି ହୋଇ ଯାଇଛି ଯାହା ଫଳରେ ଡ୍ରେନେଜ ପାଣି ଦୀର୍ଘ ଦିନ ହେଲା ରାସ୍ତାରେ ଭାସୁଛି । ରାସ୍ତା ଖାଲ ଖମା ହୋଇ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଅପରିଷ୍କାର ପାଣି ରାସ୍ତାରେ ଭାସିବା ଦ୍ଵାରା ଦୁଇ ଚକିଆ, ଚାରି ଚକିଆ ଯାନ ଗଲା ବେଳେ ପଦଚାରୀଙ୍କ ଉପରକୁ ଛିଟୁକୁଛି , ଯାହା ଫଳରେ ପଥଚାରି ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଦୀର୍ଘଦିନ ହେଲା ଡ୍ରେନେଜ କାମ କରୁ ନଥିବାରୁ ସହର ବାସୀ ଙ୍କ ଅସନ୍ତୋଷ ବୃଦ୍ଧି ପାଉଛି । ସହର ମଧ୍ୟରେ ଡ୍ରେନେଜ ଅବ୍ୟବସ୍ଥା ଏବଂ ମୁଖ୍ୟ ରାସ୍ତା ଉପରେ ଅପରିଷ୍କାର ପାଣି ଭାସିବା ଘଟଣାକୁ ବୁଦ୍ଧିଜୀବୀ ନା ପସନ୍ଦ କରିଛନ୍ତି . ଆଗାମୀ ଦିନରେ ସହର ବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ ମତ ପ୍ରକାଶ କରିଛନ୍ତି । ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନେଜ କାମ ପାଇଁ ତୁରନ୍ତ ପଦକ୍ଷେପ ନେଲେ ସହରବାସୀ ଉପକୃତ ହୋଇପାରନ୍ତେ ।