ମା’ ଭଗବତୀଙ୍କ ପୀଠରେ ୧୦୮ ଚଣ୍ଡୀ ପାଠ ପୂଜା ଆରମ୍ଭ !!!

0
172

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମା ‘ ଭଗବତୀଙ୍କ ପୀଠରେ ବଳିଆ ବାବା ଟ୍ରଷ୍ଟ ଓ ମା’ ଭଗବତୀ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ୧୦୮ ଚଣ୍ଡୀ ପାଠ ଯଜ୍ଞ ଅନୁଷ୍ଠିତ ହୋଇଛି ! ଏହି ଅବସରରେ ବାବା ବଳିଆଙ୍କ ଦ୍ଵାରା ଚଣ୍ଡୀ ର ଜୀବନ ଦର୍ଶନ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପୂଜାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୨୦ ପଣ୍ଡିତ ୨୨୦ ଜଣ କର୍ତ୍ତା କର୍ତ୍ତି ସାମିଲ ହୋଇଥିଲେ । ଉକ୍ତ ଚଣ୍ଡୀ ଯଜ୍ଞରେ ମା’ କାଳିଜାଇ ଓ ମା’ ନାରାୟଣୀ ଙ୍କ ନାମରେ ଦୁଇଟି ଘର ସ୍ଥାପନ ହୋଇ ଆଜ୍ଞାମାଳ ଆମନ୍ତ୍ରିତ ହୋଇ ପୂଜା ପାଠ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜୀବନର, ପରିବାରର, ରାଜ୍ୟର, ଦେଶର ତତ୍ ସହିତ ବିଶ୍ଵର ଶାନ୍ତି ! ଏହାର ମୁଖ୍ୟ ଆକର୍ଷଣ ହେଉଛି ମାତୃ ପ୍ରେମୀ ସଜ୍ଜନ ମାନଙ୍କୁ ସଦା ସର୍ବଦା ସ୍ନେହ ଶ୍ରଦ୍ଧା ମିଳିବା ଦରକାର ! ସଭ୍ୟ ସମାଜର ଶିକ୍ଷିତ ପୁଅ ଝିଅ ମାନେ ମା ଙ୍କ ପ୍ରତି ଅବହେଳା ନକରି ମା’ ମାନଙ୍କୁ ସମ୍ମାନ ଦେବା ଉଚିତ ! ସେ ବିଷୟରେ ଆଲୋଚନା କରିବା ସହ ସନ୍ଧ୍ୟା ସମୟରେ ପଦ୍ମଶ୍ରୀ ବାବା ବଳିଆ ଚଣ୍ଡୀର ଜୀବନ ଦର୍ଶନ ଉପରେ ପ୍ରବଚନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here