ବୋଲଗଡ଼ରେ ବିଜେଡିର ଜନସଂପର୍କ ପଦଯାତ୍ରା !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ରେ ଆୟୋଜିତ ହୋଇଯାଇଛି ବିଜେଡି ର ଜନସମ୍ପର୍କ ପଦଯାତ୍ରା ! ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଠାରୁ ବିଜେଡିର ପଦଯାତ୍ରା ବାହାରିଥିଲା ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଓ ସ୍ୱଚ୍ଛ ଶାସନ ସହ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଜନସଂପର୍କ ଅଭିଯାନ ର ମୂଳ ଲକ୍ଷ୍ୟ । ତହସିଲ କାର୍ଯ୍ୟାଳୟସ୍ଥ ଗୋପବନ୍ଧୁ ଛକ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ସ୍ଥାନୀୟ ଥାନା ଓ ମେଡ଼ିକାଲ ଛକ ଗଡ଼ଦ୍ୱାର ପ୍ରବେଶ କରି ବ୍ଲକ ନିକଟସ୍ଥ ରଜ ପଡିଆରେ ସମବେତ ହୋଇ ରାଜ୍ୟ ସରକାରଙ୍କ ବିକାଶ ଓ ସ୍ୱଚ୍ଛତାର ନାରା ଦିଆଯାଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା ବିଜେଡି ସଂଗଠକ କୈଳାସ ଚନ୍ଦ୍ର ପାତ୍ର , ଖୋର୍ଦ୍ଧା କେନ୍ଦ୍ର ସେବା ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂହ ସାମନ୍ତ, ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ, ପୂର୍ବତନ ଅଧକ୍ଷ ଗୋପାଳ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ , ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ମିଲୁ ମଙ୍ଗରାଜ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଶ୍ବିନୀ ପଟ୍ଟନାୟକ, ବୀର ଦାସ, ଦିଲୀପ କୁମାର ଦତ୍ତ ,ବେଗୁନିଆ ବ୍ଲକ ବିଜେଡି ପ୍ରମୁଖ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ମହିଳା ସଭାପତି ଶୈଳବାଳା ବାହିନୀପତି, ପ୍ରଭାତୀ ପାତ୍ର ରାଉତରାୟ , ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝୀ, ସମିତି ସଭ୍ୟ ରଞ୍ଜନ ଲେଙ୍କାଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବୋଲଗଡ଼ ଥାନା ପୋଲିସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *