ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ଛକ ରାମମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିସାନ ସଙ୍ଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଭାରତୀୟ କିସାନ ସଙ୍ଘ ର ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ପତି ଏବଂ ଜଗନ୍ନାଥ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିସାନ ସଙ୍ଘ ର ପୂର୍ବତନ ସଭାପତି ଚିନ୍ମୟ ଦାସ ଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା l ଏହି ବୈଠକ ରେ ଭାରତୀୟ କିସାନ ସଙ୍ଘ କେନ୍ଦ୍ରାପଡ଼ା ଜିଲ୍ଲା ର ନୂତନ ଅସ୍ଥାୟୀ ସଭାପତି ଚୟନ କାର୍ଯ୍ୟକ୍ରମ କରାଯିବା ସହ ପ୍ରତ୍ୟେକ ବ୍ଲକ ରେ କିପରି ବ୍ଲକ ସଭାପତି ମାନଙ୍କୁ ଚୟନ କରାଯିବ ଏବଂ କୃଷି କ୍ଷେତ୍ରରେ କୃଷକ ମାନଙ୍କୁ କିପରି ସରକାର ଙ୍କ ତରଫରୁ ଆସୁଥିବା ପ୍ରତ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏନେଇ ଆଲୋଚନା କରାଯାଇଥିଲା l ଏହି ବୈଠକ ରେ କେନ୍ଦ୍ରାପଡ଼ା ଜିଲ୍ଲାର ୯ ଟି ବ୍ଲକ ରୁ ଅନେକ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ l ସମସ୍ତଙ୍କ ସହମତି କ୍ରମେ ଭାରତୀୟ କିସାନ ସଙ୍ଘ କେନ୍ଦ୍ରାପଡ଼ା ଜିଲ୍ଲାର ସଭାପତି ରୂପେ ସର୍ବେଶ୍ୱର ରାଉତ ଙ୍କୁ ସ୍ଥିର କରାଯାଇଥିବା ବେଳେ ସମ୍ପାଦକ ରୂପେ ମୁକେଶ କୁମାର ଦଳ ଏବଂ ଟ୍ରେଜେରିୟର ରୂପେ ଦିବାକର ପ୍ରଧାନ ଙ୍କୁ ମନୋନୀତ କରାଯାଇଛି l ଆଗାମୀ ଦିନ ମାନଙ୍କରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ସମସ୍ତ ଚାଷୀ ମାନଙ୍କୁ ଏକାଠି କରି କୃଷିର ବିକାଶ ଏବଂ କୃଷକ ମାନଙ୍କ ପାଇଁ ସରକାର ଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ କିପରି ପାଇବାରେ କୃଷକ ମାନଙ୍କୁ ସମ୍ପୂର୍ଣ ସହଯୋଗ ମିଳିବ ସେ ବିଷୟରେ ଆଲୋଚନା ହୋଇଥିଲା l ପରିଶେଷରେ କେନ୍ଦ୍ରାପଡ଼ା କିସନ ସଙ୍ଘ ର ସଭାପତି ସର୍ବେଶ୍ୱର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *