ଦିନ ଦ୍ୱିପ୍ରହର ରେ ବନ୍ଧୁକ ଦେଖାଇ ଲୁଟି ନେଲେ ୫ ଲକ୍ଷ ୪୬ ହଜାର ଟଙ୍କା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ ଚାନ୍ଦବାଲି ରାସ୍ତାର ରାଣୀପଡ଼ା ଛକ ଠାରେ ବନ୍ଧୁକ ଦେଖାଇ ବିକଳାନନ୍ଦ କର ଙ୍କ ମିକ୍ଚର ଗାଡ଼ି ରେ ଥିବା ସେଲ୍ସ ମ୍ୟାନ ଙ୍କ ଠାରୁ ଲୁଟି ନେଲେ ୫ ଲକ୍ଷ ୪୬ ହଜାର ଟଙ୍କା । କେନ୍ଦ୍ରାପଡ଼ା ଠାରୁ ସେଲ୍ସ ମ୍ୟାନ ମିକ୍ଚର ବିକ୍ରି କରି ଟଙ୍କା ଆଣି ଆସୁଥିବାର ଅନୁମାନ କରି କେନ୍ଦ୍ରାପଡ଼ା ଠାରୁ ଏକ ବାଇକ୍ ରେ ୩ ଜଣ ଦୁର୍ବୁତ୍ତ ଏହି ମିକ୍ଚର ଗାଡ଼ି କୁ ଫଲୋ କରି ଆସି ରାଣୀପଡା ଛକ ଠାରେ ଗାଡ଼ି କୁ ଅଟକାଇ ଅତର୍କିତ ଭାବେ ଡ୍ରାଇଭର ଓ ସେଲ୍ସ ମ୍ୟାନ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସହିତ ମାଡ଼ ମାରି ଟଙ୍କା ଲୁଟ୍ କରିଥିବା ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସାଲେପୁର ଏସଡିପିଓ ଓ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି । ଦିନ ଦିପ୍ରହର ରେ ଛକ ଠାରେ ଥିବା ଲୋକଙ୍କ ଉପସ୍ଥିତିରେ ଦୁର୍ବୁତ୍ତ ମାନେ ବେଧଡକ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ଘଟଣା ରେ ନିଶ୍ଚିନ୍ତକୋଇଲି ପୋଲିସ ର ପାରିବା ପଣିଆ ପଦାରେ ପଡିଛି ।

Leave a Reply

Your email address will not be published. Required fields are marked *