ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ !!!

0
138

Loading

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବରିଷ୍ଠ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର ନାଥ ପଣ୍ଡା ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକରେ ଡେରାବିଶ ବ୍ଲକ ଓଲକଣା ଠାରେ ଏକ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଛି । ସ୍ବର୍ଗତ ଦେବେନ୍ଦ୍ର ପଣ୍ଡା ଙ୍କ ଝିଅ ମନୀଷା ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ । ଏଣ୍ଡର ପଞ୍ଚାୟତ ସରପଞ୍ଚ ଦୁର୍ଯ୍ୟୋଧନ ମଲିକ ଙ୍କ ସହାୟତା ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟ ଶିବିର କୁ ଆସି ବିଭିନ୍ନ ରୋଗ ସମ୍ପର୍କିତ ଚିକିତ୍ସା କରାଇ ଉପକୃତ ହୋଇଛନ୍ତି । ମାଗଣା ଔଷଧ ବଣ୍ଟନ ମଧ୍ୟ କରାଯିବା ସହ କଟକ ରୁ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଆସି ରୋଗୀ ମାନଙ୍କୁ ସେବା ଯୋଗାଇଥିଲେ । ବରିଷ୍ଠ ଡାକ୍ତର ତଥା ବାପାଙ୍କ ସ୍ମରଣରେ ଝିଅ ମନିସାଙ୍କ ଏଭଳି ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here