” ଶିଶୁ ହସିଲେ ଦୁନିଆ ହସେ ” କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହର ଖଣ୍ଡପଡା ରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ” ଶିଶୁ ହସିଲେ ଦୁନିଆ ହସେ ” କାର୍ଯ୍ୟକ୍ରମ ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଶିଶୁ ଦିବସର ମାହାତ୍ମ୍ୟ ଓ କାହିଁକି ଆମେ ଶିଶୁ ଦିବସ ପାଳନ କରୁଛୁ ସହିତ ଶିଶୁଟିଏ ହସିଲେ ଦୁନିଆ ହସେ ବୋଲି ସଂପାଦକ ସାହୁ ଉଦବୋଧନ ଦେଇଥିଲେ । ଏହା ପରେ ଛାତ୍ରଛାତ୍ରୀ ମାନେ ଶିଶୁ ଦିବସ ବିଷୟରେ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ୫୦୦ ଶିଶୁ ସମବେତ ହୋଇଥିଲା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଶରେ ବେଶ ହୋଇ କୌତୁକିଆ ପୋଷାକ ଓ ଏକକ ଅଭିନୟ ଆଦି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ଟି ସରସ ସୁନ୍ଦର ହୋଇ ପାରିଥିଲା ।

 

Leave a Reply

Your email address will not be published. Required fields are marked *