ଚିଲିକା ରିପୋର୍ଟର ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ଦେଶରେ ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର ଆସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି ! ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର ଙ୍କ ଅଧକ୍ଷତା ରେ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକ ରେ ସାମ୍ବାଦିକ ଙ୍କ ମାଧ୍ୟମରେ ସାଧାରଣ ଲୋକେ କିପରି ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ନିଜର ହକ ପାଇ ପାରିବେ ସେ ଉପରେ ଆଲୋଚନା କରାଯାଇଥିଲା ! ପ୍ରଥମେ ଜନସାଧାରଣ ଙ୍କ ସ୍ୱାର୍ଥ କୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ବରିଷ୍ଠ ସଦସ୍ୟ । ଏଥିରେ ସଂଘର ସଭାପତି ସୁନିଲ ସୁବୁଦ୍ଧି , ସମ୍ପାଦକ ଅମିତାଭ ପାଟଯୋଶୀ ଙ୍କ ସମେତ ସଂଘର ସଦସ୍ୟ ସେକ୍ ମୋଇନୁଲ ହକ, ହିମାଳୟ ଶତପଥୀ, ଅନନ୍ତ ଚରଣ ବାରିକ, ରାକେଶ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *