ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମର ହରଶ ବେୱାଙ୍କ ଗାଈ ବିଲରେ ଚରୁଥିବା ବେଳେ ଶିକାର କରିବା ଉଦ୍ଦେଶ୍ୟରେ ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଫୁଟି କ୍ଷତାକ୍ତ ହୋଇଛି । ଗାଈ ଟି ବିଲରେ ଚରୁଥିବା ବେଳେ ବାଣ ଟିକୁ ଖାଇ ଦେବାରୁ ବାଣ ଫୁଟି ଗାଈର ମୁହଁ କ୍ଷତ ବିକ୍ଷତ ହୋଇଯାଇଛି । ବିଲରେ ବାଣ ଖଞ୍ଜିଥିବା ମିନା ଗୋଛାୟତଙ୍କୁ ଏ ସମ୍ପର୍କରେ ପଚରା ଯାଇଥିବା ବେଳେ ସେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏ ସମ୍ପର୍କରେ ବାଙ୍କୀ ଥାନାରେ ପ୍ରଭାକର ବେହେରା ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ଠାରୁ କ୍ଷତି ପୂରଣ ଆଦାୟ କରିବା ପାଇଁ ଦାବି କରିଛନ୍ତି ।
ବାରହା ଶୀକାର ପାଇଁ ଖଞ୍ଜା ଯାଇଥିବା ବୋମାରେ କ୍ଷତାକ୍ତ ହେଲା ଗାଈ !!!

