ସବୁରି ଆଖିରେ ଲୁହ ଭରିଦେଲେ ମେଘା !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହସିବା ଖେଳିବା ବୟସରେ ଛାଡି ଚାଲିଗଲେ ଦୁନିଆ ! ଘର ପରିବାର ଆତ୍ମୀୟ ସ୍ୱଜନ ସମସ୍ତଙ୍କ ଆଖିରେ ଭରିଦେଲେ ଲୁହ ! ମେଘା ମହାରଣା ଙ୍କ ଅକାଳ ନିଧନରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ! ରାୟଗଡା ସଦର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ଆଲୋକ ମହାରଣା ଙ୍କ ଏକ ମାତ୍ର ଝିଅ ମେଘା ମହାରଣା, ଡାକ ନା ଗୁଡ଼ିଆ ଯେକି ରାୟଗଡ ଅଟୋନୋମସ୍ କଲେଜ +୨ ବାଣିଜ୍ୟ ର ଛାତ୍ରୀ, ବୟସ ମାତ୍ର ୧୭, ତାଙ୍କର ଅକାଳ ବିୟୋଗ ଘଟିଛି ! ଶରୀର ଅସୁସ୍ଥ ଥିବା ହେତୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ଚାଲିଥିଲା, ତାଙ୍କର ଅକାଳ ବିୟୋଗରେ ମାତା ପିତା ପାରିବାର ବର୍ଗ ମର୍ମାହତ ଏବଂ ୱାର୍ଡ଼ ନମ୍ବର ୧୫ ର ବାସିନ୍ଦାଙ୍କ ଗହଣରେ ଶୋକର ଛାୟା ଖେଳିଯାଇସିଛି ! ରାୟଗଡା ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟରତ ଆଲୋକ ମହାରଣା ଙ୍କ ଏକମାତ୍ର ଝିଅ ର ଅକାଳ ବିୟୋଗରେ , କୁନି ଝିଅର ଅମର ଆତ୍ମାର ସଦଗତି କାମନା କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଆୱାଜ ମିଡ଼ିଆ ! ଶୋକ ସନ୍ତପ୍ତ ପାରିବାର କୁ ମହାବାହୁ ଶକ୍ତି ପ୍ରଦାନ କରନ୍ତୁ ଏହା ହିଁ ପ୍ରାର୍ଥନା !!!

Leave a Reply

Your email address will not be published. Required fields are marked *