୧୦ ଦଫା ଦାବି ନେଇ ନୟାଗଡ ଡ୍ରାଇଭର ମହାସଂଘ ର ଶାନ୍ତିପୂର୍ଣ୍ଣ ଧର୍ମଘଟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ରାଜ୍ୟ ବ୍ୟାପି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଧର୍ମଘଟ ଡାକରା ଦେଇଛି । ଜନସାଧାରଣଙ୍କ ଆକ୍ରୋଶର ଶିକାର ,ଗାଡି ଗୁଡିକର ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ବିଶ୍ରାମଗାରର ବ୍ୟବସ୍ଥା , ୫୫ବର୍ଷ ପରେ ପେନସନ୍ , ଡ୍ରାଇଭର ମାନଙ୍କୁ ଦୁର୍ଘଟଣା ବିମା ପାଇଁ ୨୦ ଲକ୍ଷ , ଅକର୍ମଣ୍ୟଙ୍କ ପାଇଁ ୧୦ ଲକ୍ଷ , ଦୁର୍ଘଟଣା ଚିକିତ୍ସା ପାଇଁ ୫ ଲକ୍ଷ ବୀମା ରାଶି ଲାଗୁ, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା , ଆବାସ ଯୋଜନା ପାଇଁ ୫ ଲକ୍ଷ ଓ ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ,ରାଜରାସ୍ତା ଉପରେ ପ୍ରଶାସନ ପକ୍ଷରୁ ହଇରାଣ କରା ନଯିବା, ଡ୍ରାଇଭିଂ ଲାଇସେନ୍ସ ପାଇବାର ସୁଲଭ ମୂଲ୍ୟ ନିର୍ଦ୍ଧାରଣ କରିବା, ଡିସେମ୍ବର ୧ କୁ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଏହି ସବୁ ଦାବିନେଇ ଆନ୍ଦୋଳନକୁ ବାହାରିଥିବା ବେଳେ ଆଜି ନୟାଗଡ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନୟାଗଡ ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ଅବକାଶ କାଠୁଆଙ୍କ ନେତୃତ୍ୱରେ ନୟାଗଡର ୮ ଟି ବ୍ଲକରେ ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟ ଡାକରା ଦିଆଯାଇଛି । ସେହିପରି ନୟାଗଡ ବ୍ଲକର ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ଶଶିକାନ୍ତ ସାହୁ ଓ ସଚିବ ସୁଶାନ୍ତ ମଙ୍ଗଳଙ୍କ ନେତୃତ୍ୱରେ ଡ୍ରାଇଭର ମାନେ ନୟାଗଡ ର ମୁଖ୍ୟ ଟ୍ରାଫିକ କଡ଼ରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ରେ ବସି ନାରାବାଜି ଦେଇଥିଲେ । ଏଠାରେ ଜରୁରୀ କାଳୀନ ସେବା ଆମ୍ବୁଲାନ୍ସ, , ଦମକଳ, କ୍ଷୀର ଗାଡ଼ି , ଘରୋଇ ଗାଡ଼ି , ସ୍କୁଲ ବସ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଥିଲା ! କୌଣସି ଅପ୍ରିତିକର ପରିସ୍ଥିତି ଦେଖା ଯାଇନଥିଲା । ନୟାଗଡ ପୋଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *