ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହେଲେ ରବୀନ୍ଦ୍ରନାଥ ସାହୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ରବୀନ୍ଦ୍ରନାଥ ସାହୁ । ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦବୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ରବୀନ୍ଦ୍ର ନାଥ ସାହୁ ନାମାଙ୍କନ ଦାଖଲ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉପସ୍ଥିତିରେ ସେ ଆଜି ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ତଥା ଉପ-ଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ପାଖରେ ଏକମାତ୍ର ବ୍ୟକ୍ତି ରବୀନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟ କେହି ଏହି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରି ନଥିଲେ । ଯାହା ଫଳରେ ରବୀନ୍ଦ୍ର ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ପରିଚାଳନା ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ସେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ପରିଚାଳନା ପରିଷଦର ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇବା ସହ ବ୍ୟାଙ୍କର କିପରି ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ଦେବେ, ଚାଷୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବେ ବୋଲି ଜଣାଇଛନ୍ତି । ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ରବୀନ୍ଦ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *