ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲା ଯାଇଛି । ସକାଳ ସମୟରେ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ ବିହାରୀ ବଡ଼ ଜେନାଙ୍କ ଉପସ୍ଥିତିରେ ପରିଚାଳନା କମିଟିର ସଦସ୍ୟ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ, ଏଣ୍ଡାଓମେଣ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ମିଳିତ ସହଯୋଗରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡିକୁ ଖୋଲାଯାଇ ଶ୍ରଦ୍ଧାଳୁ ମାନଙ୍କ ଦାନ ଅର୍ଥ ସଂଗ୍ରହ କରାଯାଇ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଇଛି । ସର୍ବମୋଟ ଟ ୧,୫୬,୭୧୫/-ଙ୍କା ( ଏକଲକ୍ଷ ଛପନ ହଜାର ସାତ ଶହ ପନ୍ଦର ,ଏବଂ ୨ ଗ୍ରାମ ୭୪୦ ମିଲିଗ୍ରାମର ଏକ ରୁପାର ହନୁମାନ ଲକେଟକୁ ସଂଗ୍ରହ କରାଯାଇଛି । ଭକ୍ତମାନଙ୍କ ଏହି ଦାନ ଅର୍ଥ ମା’ଭାଗବତୀଙ୍କ ସେବାରେ ଲାଗିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି ।
ମା’ ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଗଲା !!!

