ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମାଟିର ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ , ଯିଏ ଗତ ଚାଳିଶି ବର୍ଷ ନିଜ ଭିଟା ମାଟି ସମେତ ଓଡିଶା ର ବିଭିନ୍ନ ରାଜ୍ୟ ଓ ଦେଶ ରେ ନୃତ୍ୟ ପରିବେଷଣ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ଦେଇ ବିଭିନ୍ନ ଅନୁଷ୍ଠlନ ମାନଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି l ବାଣପୁର ଇତିହାସ ରେ ଯୋଡି ହୋଇଛନ୍ତି ଆଉ ଜଣେ କଳାକାର ରୂପେ l ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ମଙ୍ଗରାଜପୁର ର ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲାଇ ଙ୍କ କଥା , ଯିଏକି ପଞ୍ଚସ୍ଥରୀ ବୟସ ରେ ନିଖୁଣ ଅଭିନୟ ସହିତ ନୃତ୍ୟ ବରିବେଷଣ ଓ ଶିକ୍ଷା ଦାନ କରି ବିଭିନ୍ନ ମଞ୍ଚରେ ସମ୍ମାନୀତ ହୋଇଛନ୍ତି l ଓଡିଶା ର ପୁରପଲ୍ଲୀ ରୁ ସହର ସହିତ ଯୋଡ଼ି ହୋଇ ଓଡ଼ିଆ ଜାତିର ଗର୍ବ ଗୌରବ କୁ ସମ୍ମାନ ଜଣାଇ ଓଡିଶୀ ନୃତ୍ୟ କୁ ପ୍ରସାର ପ୍ରଚାର କରିଛନ୍ତି ! ପିଲାଟି ଦିନରୁ କଳା ପ୍ରତି ଆଗ୍ରହ ଥିବାରୁ ଏବଂ ଘର ଲୋକେ ବିରୋଧ ସତ୍ତ୍ୱେ ବିଭିନ୍ନ ଝଡ଼ ଝଞ୍ଜା କୁ ସାମ୍ନା କରି ଆଗେଇ ଚାଲିଥିଲେ ନୃତ୍ୟ ଶିକ୍ଷା କରିବା ପାଇଁ ! ବର୍ତ୍ତମାନ ନିଜ ଭିଟାମାଟି ଘରେ ରହି ବାଣପୁର ଓ ବାଲୁଗାଁ ର କଳାକାର ମାନଙ୍କୁ ନୃତ୍ୟ ଶିକ୍ଷା ପାଇଁ ଅଣ୍ଟା ଭିଡ଼ଛନ୍ତି l ତାଙ୍କ କହିବା କଥା ମୁଁ ମୋ ଜୀବନ ଭିତରେ ଦେଶ ବିଦେଶ ରେ ଶିକ୍ଷା ଦେଉଥିଲି , କିନ୍ତୁ ଏବେ ମୋ ସ୍ୱାଭିମାନ ବାଣପୁର ମାଟି ରେ କଳାକାର ତିଆରି କରିବି ଓ ସେମାନଙ୍କ ପାଇଁ ସମୟ ଦେଇ ବାଣପୁର ମାଟିକୁ ଆହୁରି ଗୌରବାନ୍ବିତ କରିବି l
ବାଣପୁର ମାଟିର ଓଡିଶୀ ନୃତ୍ୟ ଗୁରୁ ମାଧବଚନ୍ଦ୍ର ପଲେଇ !!!

