ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଏବେ ସବୁଠି ପୁରା ନକଲି ଆଉ ନକଲି । ଆଗେ ନକଲି ଜିନିଷ ସହର ମାନଙ୍କରେ ତିଆରି ହୋଇ ବିକ୍ରି ହେଉଥିବା ବେଳେ ଏବେ ଏହା ମହାମାରୀ ପରି ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ! ଢିଲା ଆଇନ ବ୍ୟବସ୍ଥା ପାଇଁ ଅନେକ ସମୟରେ ଖସି ଯାଉଛନ୍ତି ଏଭଳି ନକଲି ପ୍ରସ୍ତୁତକାରୀ ମୁନାଫାଖୋର ମାନେ । ଆଉ ପୁଣି ଅଳ୍ପ କିଛି ଦିନ ମଧ୍ୟରେ ନକଲି ଦ୍ରବ୍ୟ ର ପାହାଡ଼ ଛିଡ଼ା କରିବାକୁ ପଛାଉ ନାହାନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ନକଲି ଟାଟା ଚାହା ବିକ୍ରି କରୁଥିବା ଅଭିଯୋଗରେ ଦୋକାନ ର ମାଲିକ ସେକ୍ ରିଜୁୱାନ କୁ କିଛି ସମୟ ଥାନା ରେ ଅଟକ ରଖି ପିଆର ବଣ୍ଡ ରେ ଛାଡିଦେଲା ନିଶ୍ଚିନ୍ତକୋଇଲି ପୋଲିସ । ଏସ କେ ଭେରାଇଟି ଷ୍ଟୋର ନାମରେ ରିଜୁୱାନ ଟାଟା ବ୍ରାଣ୍ଡ ଚାହା ର ନକଲି ଚାହା ବିକ୍ରୀ କରୁଥିବା ର ଅଭିଯୋଗ ହେବା ପରେ ଟାଟା କମ୍ପାନୀର ଅଫିସର, କର୍ମଚାରୀ ଓ ନିଶ୍ଚିନ୍ତକୋଇଲି ପୋଲିସର ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଟାଟା ବ୍ରାଣ୍ଡ ଚାହା କୁ ଜବତ କରିଛି । ଏହି ନକଲି ଟାଟା ବ୍ରାଣ୍ଡ ଚାହା କୁ ଦେଖିଲେ, ସହଜରେ କେହି ଜାଣି ପାରିବେ ନାହିଁ ଯେ ଏହା ଓରିଜିନାଲ୍ ନା ଡୁପ୍ଲିକେଟ୍ ଚାହା ! ଆଉ ଜବତ ହୋଇଥିବା ନକଲି ଟାଟା ବ୍ରାଣ୍ଡ ର ଚାହା ର ପରିମାଣ ୧୨୭ ପ୍ୟାକେଟ ୧୦୦ ଗ୍ରାମ ଓ ୧୭ ପ୍ୟାକେଟ ୨୫୦ ଗ୍ରାମ ର ବୋଲି ପୋଲିସ ସୂଚନା ଦେଇଛି ।

ଏହି ଏସକେ ଭେରାଇଟ୍ ଷ୍ଟୋର ଟି ହୋଲସେଲ ଦୋକାନ ହୋଇଥିବାରୁ, ଏହି ଦୋକାନ ରୁ ଗ୍ରାମାଞ୍ଚଳ ରେ ଥିବା ଅନେକ ଛୋଟବଡ ଦୋକାନୀ ମାନେ ଏହି ନକଲି ଚାହା ଏ ହୋଲସେଲ୍ ଦୋକାନ ରୁ କିଣିଥାନ୍ତି । ତେଣୁ ଏ ନକଲି ଚାହା ର ଚେର କେତେ ବାଟକୁ ଲମ୍ବିଛି, ତାହା ଧରିବା ପୂର୍ବରୁ ମୂଖ୍ୟ ଅଭିଯୁକ୍ତ କୁ ଛାଡିଦେଲା ନିଶ୍ଚିନ୍ତକୋଇଲି ପୋଲିସ । ତେଣୁ ଏଠି ପୋଲିସ, ଯେପରି “ପୁଅ ମୁଣ୍ଡରେ ହାତ ଆଉ ଏପଟେ ତେଲ ଘଡ଼ି ରେ ହାତ” ଥୋଇ ତଦନ୍ତ କରୁଛି । କାରଣ ମଣିଷଙ୍କ ଜୀବନ ସହ ଖେଳ ଖେଳି ନକଲି ଚାହା ବିକି ହୋଲସେଲର ମାଲେମାଲେ ହେଉଥିବା ବେଳେ ପୂର୍ଣ୍ଣାଙ୍ଗ ତଦନ୍ତ ପୂର୍ବରୁ ଅଭିଯୁକ୍ତ କୁ କିଭଳି ପିଆର ବଣ୍ଡ ରେ ଛାଡିଦେଇ କି ବାର୍ତ୍ତା ଦେବାକୁ ଚାହିଁଲା ପୋଲିସ , ଅନ୍ୟ ନକଲି ଖାଦ୍ୟ ପଦାର୍ଥ ଜିନିଷ ବିକୁଥିବା ମୁନାଫାଖୋର ମାନଙ୍କୁ ତାହା ଏବେ ସନ୍ଦେହ ଘେରରେ ! ପୋଲିସ ର ଏଭଳି ତଦନ୍ତର ସ୍ବଚ୍ଛତା ଉପରେ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ନିଶ୍ଚିନ୍ତକୋଇଲି ପୋଲିସ ଏଭଳି ସମ୍ବେଦନଶୀଳ ଘଟଣା କୁ ଅତି ହାଲୁକା ଭାବେ ନେଇ, ଯେଭଳି ଢଙ୍ଗରେ ମୂଖ୍ୟ ଅଭିଯୁକ୍ତ କୁ ପିଆର ବଣ୍ଡ ରେ ଛାଡିଦେବା ଘଟଣା ଯେପରି, ଧର୍ମ କୁ ଆଖି ଠାର । ଏପଟେ ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୧୯୬/୨୦୨୨ ରେ ମାମଲା ରୁଜୁ କରି ୪୨୦ ଆଇପିସି,୬୩,୬୫ ଅଫ୍ କପି ରାଇଟ ଆକ୍ଟ ୧୯୫୭, ସେକ୍ସନ ୧୦୩,୧୦୪ ଅଫ୍ ଟ୍ରେଡ୍ ଆଣ୍ଡ ମୋରଚାନଡାଇଜ୍ ମାର୍କ ଆକ୍ଟ ୧୯୯୯ ରେ ଦଫା ଲଗାଇ ଅଧିକ ତଦନ୍ତ କରୁଛି ବୋଲି କହିଛି ନିଶ୍ଚିନ୍ତକୋଇଲି ପୋଲିସ । ତଦନ୍ତ ଯେ ଆରମ୍ଭ ରୁ ବାଟବଣା ହୋଇଯାଇଛି, ଏକଥା ଅଂଚଳବାସୀ ଙ୍କୁ ଜଳଜଳ ଦିଶୁଛି । କାରଣ ଶିଳ୍ପାଞ୍ଚଳ ଜଗତପୁର ଠାରେ ବାରମ୍ବାର ନକଲି ଖାଦ୍ୟ ପଦାର୍ଥ ଜବତ୍ ଓ ଚଢ଼ାଉ ଜାରି ରହିଥିବା ବେଳେ ଏବେ ଏହା ଗ୍ରାମାଞ୍ଚଳ କୁ ବ୍ୟାପି ଗଲାଣି । ଆଉ ଏହି ସବୁ ବ୍ରାଣ୍ଡ ଜିନିଷ କୁ ମୁନାଫାଖୋର ବ୍ୟବସାୟୀ ମାନେ ନକଲି ଜିନିଷ ରେ ପରିବର୍ତ୍ତନ କରି ଲୋକମାନଙ୍କ ଜୀବନ କୁ ବିପଦ ମୁହଁ କୁ ଠେଲି ଦେଉଛନ୍ତି । ତେଣୁ ମଣିଷ ଜୀବନ ସହ ଖେଳୁଥିବା ନକଲି ଖାଦ୍ୟ ପଦାର୍ଥ ପ୍ରସ୍ତୁତକାରୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ଜରୁରୀ ହୋଇ ପଡିଛି ।

