ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡା ପାଟଣା ଗ୍ରାମରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀ, ଶାଶୁ ଓ ଶଶୁରକୁ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ ! ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ଅନ୍ତର୍ଗତ ହରିଡ଼ାବାଡ଼ି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ଗତ 6 ବର୍ଷ ପୂର୍ବରୁ ବେଲପଡା ପାଟଣା ଗ୍ରାମର ରାଜନ ସାହୁଙ୍କୁ ବିବାହ କରିଥିଲେ ! ଗୁରୁବାର ସକାଳୁ ପାରିବାରିକ କଳହରୁ ସୋନାଲି ବେକରେ ରଶି ଲଗାଇଥିଲେ ! ସଙ୍ଗେ ସଙ୍ଗେ ପରିବାର ଲୋକ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ! ଝିଅକୁ ମାରି ରଶି ଲଗାଇ ଟାଙ୍ଗି ଦେଇଥିବା ଝିଅର ମା ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଅଭିଯୋଗ ଫର୍ଦ୍ଦରେ ସ୍ୱାମୀ, ଶାଶୁ ,ଶଶୁର , ଝିଅର ତିନି ନଣଦ ଓ ସେମାନଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଥିଲେ ! ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ସ୍ୱାମୀ ଶାଶୁ ଓ ଶଶୁରଙ୍କୁ ଆଣି ଥାନାରେ ପଚାରା ଉଚରା କରୁଥିବା ବେଳେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଓ ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଘଟଣାର ତଦନ୍ତ କରି ଫେରିଥିଲେ ! ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ରାଜନ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ସହଯୋଗ କରିଥିବା ଶାଶୁ ଶାଶୁରଙ୍କୁ ଅପରାହ୍ନ ରେ କୋର୍ଟ ଚାଲାଣ କରିଅଛି ! ନୟାଗଡ ରୁ ବିଶ୍ବଭୂଷଣ ମହାପାତ୍ର ଙ୍କ ରିପୋର୍ଟ ଆୱାଜ ମିଡ଼ିଆ !
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀ, ଶାଶୁ ଓ ଶଶୁରକୁ କୋର୍ଟ ଚାଲାଣ କଲା ଗଣିଆ ପୁଲିସ !!!

