ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୨୦୨୧ ବର୍ଷର ଓଜେଏସ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ସାରା ରାଜ୍ୟ ରୁ ମୋଟ ୫୦ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବା ବେଳେ ତନ୍ମଧ୍ୟରୁ ଜଗତସିଂହପୁର ଅଞ୍ଚଳର ସ୍ଥିତିପ୍ରଜ୍ଞା ଅମୃତ ତନୟା ସାରା ଓଡ଼ିଶାରେ ୧୮ ତମ ସ୍ଥାନ ଅଧିକାର କରି କୃତିତ୍ବ ଅର୍ଜନ କରି ପାରିଛନ୍ତି । ତେବେ ସ୍ଥିତିପ୍ରଜ୍ଞା ପିଲାଟି ଦିନରୁ ବହୁତ ପରିଶ୍ରମୀ ଓ ମେଧାବୀ ଛାତ୍ରୀ ଥିବା ବେଳେ ବର୍ତ୍ତମାନ ସେ ତିନି ମାସ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଚାର ବିଭାଗୀୟ ଅଦାଲତରେ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ସରକାରୀ ଓକିଲ ଭାବେ ନିୟୋଜିତ ହୋଇଛନ୍ତି । ଅନ୍ଯପକ୍ଷରେ ସ୍ଥିତିପ୍ରଜ୍ଞା ବିବାହିତା ହୋଇଥିବା ବେଳେ ତାଙ୍କ ସ୍ୱାମୀ ବର୍ତ୍ତମାନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଚାର ବିଭାଗୀୟ ଅଦାଲତରେ ଜଜ୍ ଭାବରେ କାର୍ଯ୍ୟରତ ଅଛନ୍ତି । ଏହି କୃତିତ୍ବ ଅର୍ଜନ ନିମନ୍ତେ ଚିଲିକା ଓ ବାଣପୁର ଅଦାଲତର ସମସ୍ତ ଓକିଲ ଓ କର୍ମକର୍ତ୍ତା ମାନେ ସ୍ଥିତିପ୍ରଜ୍ଞାଙ୍କୁ ଶୁଭେଚ୍ଛା ଜଣାଇଥିବା ସହ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଓଜେଏସ ପରୀକ୍ଷାରେ ରାଜ୍ୟରେ ୧୮ ତମ ସ୍ଥାନ ଅଧିକାର କଲେ ସ୍ଥିତିପ୍ରଜ୍ଞା !!!

