ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳିତ ହୋଇଯାଇଛି l ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମଦିନ ଭାବେ ନଭେମ୍ବର ମାସରେ ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି l

ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷl ବିନତୀ ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ଯୋଗ ଦେଇ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ରମାକାନ୍ତ ନନ୍ଦ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଉଦବୋଧନ ଦେଇଥିଲେ l ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟ ମାନଙ୍କର ଏହା ପ୍ରତି କଣ ଦାୟିତ୍ୱବୋଧ ରହିଛି ଆଲୋଚନା କରିବା ସହ ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟିରେ ମାନବର ଭାଗ୍ୟ, ଭବିଷ୍ୟତ ଓ ରୂପାନ୍ତର ସମ୍ପର୍କରେ ଆଲୋଚନା କରିଥିଲେ l ପ୍ରାରମ୍ଭରେ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସ୍ୱାଗତ ଅଭିଭାଷଣ ଦେବା ବେଳେ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଫିଲୋ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l ଶେଷରେ ଛାତ୍ରୀ ଜ୍ୟୋତି ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ସେମିନାର ସମ୍ପାଦକ ଶୋଭିତ ଜେନା, ଗାୟତ୍ରୀ ପାଇକରାୟ ଓ ଶିଖା ପରିଡା ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *